ଯାଜପୁର/ ବେଦପ୍ରକାଶ ନାୟକ : ବଡଚଣା ବଇରୀ ଥାନା ଅନ୍ତର୍ଗତ ସୋଲର ପଞ୍ଚାୟତ ବାଘୂଆ ଆଦିବାସୀ ସାହି ର ସାଧୁ ତାମସାଏ ଏବଂ ଲଛମନ ତିରିଆଙ୍କ ବାରିରେ ଥିବା ଚାଳଘର ଓ ନଡ଼ା ଗଦା ରେ ଘଟିଛି ଅଗ୍ନି କାଣ୍ଡ । ଖରାବେଳେ ହଠାତ୍ ଖଡ ଗଦାରେ ନିଆଁ ଲାଗି ଯାଇଥିବା ବେଳେ ନଡ଼ା ଗଦା ସହିତ ଦୁଇ ବଖରା ଚାଳିଆ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି । ଏହି ଅଗ୍ନି କାଣ୍ଡ ଖବର ପାଇ ଚଣ୍ଡିଖୋଲ ଅଗ୍ନି ସମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । କିନ୍ତୁ ପାହାଡିଆ ଅଞ୍ଚଳ ହୋଇ ଥିବାରୁ ପାଣି ନ ଥିବାରୁ ହାଇ ଲେବୁଲ କେନାଲରୁ ପାଣି ଆଣି ନିଆଁ ଲିଭାଇ ଥିବା ଦେଖିବାକୁ ମିଳିଛି । ତେବେ ଏହି ନିଆଁ ଲିଭାଇବାରେ ଗ୍ରାମ ବାସୀ ସହଯୋଗ କରିଥିବା ବେଳେ ପ୍ରାୟ ୫୦ ହାଜର ରୁ ଉର୍ଦ୍ଧ୍ବ ଟଙ୍କାର କ୍ଷୟ କ୍ଷତି ହୋଇ ଥିବା ଜଣାପଡିଛି । ଖବର ପାଇ ସୋଲର ସର୍କଲ ଆର୍ ଆଇ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନି କାଣ୍ଡ ସମ୍ପର୍କରେ ତଦନ୍ତ କରି ଥିବା ବେଳେ, ଅଗ୍ନି ପୀଡିତ ଭୂମି ହୀନ ପରିବାର ହୋଇ ଥିବା ବେଳେ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।