ସମ୍ବଲପୁର: ଘରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ମା ଓ ଝିଅ । ଏଭଳି ଘଟଣା ଘଟିଛି ସମ୍ବଲପୁର ମାନେଶ୍ଵର ଅନ୍ତର୍ଗତ ହାଟପଦାରେ ।ତେବେ ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ମାନେଶ୍ଵର ହାଟପଦା ଅଞ୍ଚଳରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଘରେ ମା ଓ ଝିଅ ଶୋଇଥିବା ସମୟରେ ନିଆଁ ଲାଗିଥିଲା । ମା ର ବୟସ ୯୦ ହୋଇଥିବା ବେଳେ , ଝିଅ ର ବୟସ ୬୨ ବର୍ଷ । ତେବେ ସୂଚନା ଅନୁଯାଇ , ଅଗ୍ନିକାଣ୍ଡର କାରଣ ଏବେ ଯାଏଁ ଜଣାପଡ଼ିନାହିଁ । କେତେବେଳେ ଓ କେମିତି ନିଆଁ ଲାଗିଲା ତା ର କାରଣ ଅସ୍ପଷ୍ଟ ରହିଛି । ତେବେ ସମ୍ପତ୍ତି ପାଇଁ ଭାଇ ଓ ଭାଉଜ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଭଉଣୀ ।