ଆରିୟା ଷ୍ଟିଲ୍ ପ୍ଲାଣ୍ଟର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଗୁରୁତ୍ୱପୂର୍ଣ୍ଣ କାଗଜପତ

0

ଯୋଡ଼ା/ ରମେଶ ଚନ୍ଦ୍ର ମହାପାତ୍ର : ଷ୍ଟିଲ୍ ପ୍ଲାଣ୍ଟର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ମାଟକାମବେଡା ଶିଳ୍ପାଞ୍ଚଳରେ ଥିବା ଆରିୟା ଷ୍ଟିଲ୍ ପ୍ଲାଣ୍ଟର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ଅନ୍ୟ ଆସବାବପତ୍ର ଜଳି ଯାଇଛି। ହଠାତ୍ କୌଣସି କାରଣବସତଃ ଅଗ୍ନିକାଣ୍ଡ ଘଟି ନିଆଁ ଅଫିସ ସାରା ବ୍ୟାପି ଯାଇଥିଲା । ଖବର ପାଇ ବଡବିଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୧ ଘଣ୍ଟାରୁ ଉର୍ଧ୍ବ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତଙ୍କ ସମ୍ପର୍କରେ ସୂଚନା ମିଳି ପାରି ନଥିବା ବେଳେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ଆଶଙ୍କା କରାଯାଉଛି।