ଆଦିକନ୍ଦପୁର ଶାସନ ଅଞ୍ଚଳ ଜଙ୍ଘଲରେ ଅଗ୍ନିକାଣ୍ଡ

0

ଅସ୍ତରଙ୍ଗ / ଆର୍ଯ୍ୟ ବିଶ୍ୱାଳ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଘରୁ ବାହାରକୁ ବାହାରିଲେ ହାତ ମୁହଁ ପୋଡିଗଲା ଭଳି ଅନୁଭବ ହେଉଛି । ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ପାର କରୁଛି । ତେଣୁ ହନ୍ତ ସନ୍ତ ହେଉଛନ୍ତି ରାଜ୍ୟ ବାସୀ । ଏହାରି ଭିତରେ ରାଜ୍ୟର ଅନେକ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟି ନଷ୍ଟ ହେଉଛି ଅନେକ ମୁଲ୍ୟବାନ ବୃକ୍ଷ । ତା ସହିତ ପ୍ରଣ ହରାଛନ୍ତି ଜଙ୍ଗଲି ଜନ୍ତୁ । ପୁଣି ଏବେ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ଆଦିକନ୍ଦପୁର ଶାସନ ଅଞ୍ଚଳରେ । ସେହି ଅଞ୍ଚଳରେ ରହିଥିବା ଏକର ଏକର ଜଙ୍ଘଲରେ ଅଗ୍ନିକାଣ ଘଟି ନଷ୍ଟ ହୋଇଯାଇଛି ଆନେକ ମୂଲ୍ୟ ବାନ ଗଛ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ କେହି ଦୁବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା କୁହାଯାଉଛି । ତେବେ ଖବର ପାଇଁ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଗ୍ରାମବାସୀଙ୍କ ସହୟତାରେ ନିଆଁକୁ ଆୟତ କରିଛି ।