ଜିଲ୍ଲା ଯାଦବ ସମାଜର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ

0

ସୁବର୍ଣ୍ଣପୁର: ସୋନପୁର ରାମଜୀ ମନ୍ଦିର ଠାରେ ଜିଲ୍ଲା ଯାଦବ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଯାଇଛି । ଯାଦବ ସମାଜ ର ଅବିବାହିତ ଝିଅ ଙ୍କ ବିବାହ ଯୋଗ ସୂତ୍ର ଥିଲା ଏହାର ମୂଳ ଲକ୍ଷ୍ୟ I ଶ୍ରୀ କ୍ଷୀର ଅଦାବର ଙ୍କ ପୌରହିତ୍ୟ ରେ ଓ ଭୋଇ, ଡ଼ା. ସୌରୀ ନାରାୟଣ ଷାଣ୍ଢ ଙ୍କ ବଧାନ ରେ ଏହି ସଭା ଅନୁଷ୍ଠିତ ହୋଇଥିଲା ।   ଯୁବ ଯାଦବ ସମାଜ ର ସଭାପତି କୁମାର ଷାଣ୍ଢ, ଯାଦବ ସମାଜ ପୌରାଞ୍ଚଳ ସଭାପତି ପ୍ରଫୁଲ୍ଲ ନାଏକ,  ସମ୍ପାଦକ ପିତବାସ ଭୋଇ, କୋଷାଧ୍ୟକ୍ଷ ମଝିପଡ଼ା ଅଭିମନ୍ୟୁ ବଗର୍ଷି, ବୀରମହାରାଜପୁର ବ୍ଲକ ସମାଜ ର ଇନ୍ଦ୍ର ଜିତ୍ ପରୁଆ, ବସନ୍ତି ମହାକୁଡ଼, ଅନୁଷ୍ଠିତ ବିନିକା ବ୍ଲକ ର ଆଦିତ୍ୟ ବାଗ, ଉଲୁଣ୍ଡା ବ୍ଲକ୍ ପୁଅ ର କନ୍ଦର୍ପ ବାଘ ପ୍ରମୁଖ ନିଜ ନିଜ ର ସୁ ଚିନ୍ତିତ ଆଲୋଚନା ମତାମତ ଦେଇଥିଲେ । ସମ୍ବଲପୁର ଜିଲ୍ଲା ର ମୋହନ କୃଷ୍ଣ ଗୁରୁ ଆଦାବର୍, ହୀରାକୁଦ ର ଲକ୍ଷ୍ମଣ ମନବୋଧ ପୋଢ ଯୋଗ ଦେଇଥିବା ବେଳେ ମହିଳା ତତ୍ତ୍ବ ସଦସ୍ୟା ଶ୍ରୀମତୀ ସଂଯୁକ୍ତା ଆଦାବର୍, ସବିତା । ଷାଣ୍ଢ, ପୁଷ୍ପାଞ୍ଜଳି ବାଘ, ଜୟନ୍ତୀ ନାଏକ, ସୁରେଶ କଳ୍ପନା ଭୋଇ ପ୍ରମୁଖ ଆଲୋଚନା ରେ ଭାଗ ନେଇ ଥିଲେ I ସଭା ଶେଷରେ ଡ଼ା.ନାରାୟଣ ଯାଦବ ନାଏକ ଧନ୍ୟ ବାଦ ଅର୍ପଣ କରିଥିଲେ I