ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଚେନ୍ନାଇରେ ବେଆଇନ ଲାଗିଥିବା ହୋର୍ଡିଂ ପଡି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ବେଆଇନ ହୋର୍ଡିଂ ଲାଗିଥିଲେ ମଧ୍ୟ ପ୍ରଶାସନ ଏହାକୁ ଖାତିରି କରୁନି । ଫଳରେ ବହୁତ ଲୋକଙ୍କ ଜୀବନ ଯାଉଛି । ଚେନ୍ନାଇରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ଗତକାଲି ରାତିରେ ଶୁଭଶ୍ରୀ ରବି ନାମକ ଜଣେ ଯୁବତୀ କ୍ରୋମପେଟରେ ଥିବା ନିଜ ଘରକୁ ଯାଉଥିଲେ । ଅଧା ବାଟରେ ରାସ୍ତା ଉପରେ ଲାଗିଥିବା ଏକ ହୋର୍ଡିଂ ତାଙ୍କ ଉପରେ ଖସି ପଡିବାରୁ ସେ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ । ଫଳରେ ପଛରୁ ଆସୁଥିବା ଏକ ପାଣି ଟ୍ୟାଙ୍କର ତାଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ଶୁଭଶ୍ରୀଙ୍କର ମୃତ୍ୟୁ ହୋଇଥିଲା । ବେଆଇନ ହୋର୍ଡିଂ ପାଇଁ ଶୁଭଶ୍ରୀଙ୍କ ଭଳି ବହୁତ ଜୀବନ ଗଲାଣି । ଏହି ବେଆଇନ ହୋର୍ଡିଂ ହଟାଇବା ପାଇଁ ବାରମ୍ବାର ନିର୍ଦ୍ଦେଶ ଦିଆ ଯାଇଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ନାହାଁନ୍ତି । ଏବେ କୋର୍ଟ ଅଦାଲତ ଅବମାନନା ମାମଲାର ବିଚାର କରିବେ । ଏଥିପାଇଁ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦିଆଯିବ ବୋଲି କୋର୍ଟ କହିଛନ୍ତି ।