କଳାହାଣ୍ଡି/ଗୋଲାପ ସାହୁ: କଳାହାଣ୍ଡି ଜିଲ୍ଲା ବାଞ୍ଜିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଧର୍ମଗଡ ଥାନା ବାଞ୍ଜିପଦର ଗାଁ ନିକଟରୁ ଦୁଇ ଜଣଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ଉଭୟ ମୃତକ ନାବାଳକ ଓ ନାବାଳିକା ବୋଲି ଜଣାପଡିଛି । ତେବେ ବାଞ୍ଜିପଦର ଗ୍ରାମର ଉଭୟ ପୁଅ ଝିଅ ଦୁହେଁ କିଛି ଦିନ ତଳେ ନିଖୋଜ ହୋଇଥିଲେ । ଆଜି କିଛି ଛେଳି ଚରାଳି ସାବୁନିଭାଡ଼ି ଓ ବାଞ୍ଜିପଦର ଗ୍ରାମ ମଝିରେ ଥିବା ନାଳ ନିକଟରେ ଦୁଇଜଣଙ୍କ ଶବ ପଡିଥିବା ଦେଖି ଗାଁ ଲୋକଙ୍କୁ କହିଥିଲେ । ଖବର ପାଇ ଧର୍ମଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ସୁନୀଲ ପଟେଲ ଓ (୧୭)ଜେମାମଣି ପଟେଲ (୧୫) ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି । ପୋଲିସ ଏମାନଙ୍କ ମୄତ୍ୟୁକୁ ବିଭିନ୍ନ ଦିଗରୁ ତଦନ୍ତ କରିବା ସହ ଏହା ପ୍ରେମ ଜନିତ ଆତ୍ମହତ୍ୟା କି ହତ୍ୟା ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।