ଅଭିଯୋଗ ପତ୍ର ଗ୍ରହଣ ପାଇଁ ବ୍ୟବହାର ହୋଇଥିଲା ହେଲିକପ୍ଟର

0

ଭୁବନେଶ୍ୱର: ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କ ବିବୃତିରେ କହିଛନ୍ତି ଯେ; କୋଭିଡ ସମୟରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଟକୁ ଲୋକେ ଆସିପାରୁ ନଥିଲେ, ଅଭିଯୋଗ ଦାଖଲ କରିପାରୁ ନଥିଲେ ଜ୍ଝ କୋଭିଡ ପରେ ଅଭିଯୋଗ କମ ଆସିଲା ତେଣୁ ସିଏମ ଅଭିଯୋଗ ପ୍ରକୋଷ୍ଟ ମୋ ନିର୍ଦେଶରେ ଲୋକଙ୍କ ପାଖକୁ ଗଲେ ।
• ୬ ମାସରେ ୧୯୦ ଟି ସ୍ଥାନକୁ ଯାଇଛନ୍ତି, ୫୭୪୪୨ ଅଭିଯୋଗ ଗ୍ରହଣ ହୋଇଛି, ସେଥିମଧ୍ୟରୁ ୪୩୫୩୬ ସମାଧାନ ହୋଇଛି ।
• ଦୁଇ ତିନି ମାସରେ ସମାଧାନ ହୋଇ ନଥିବା ଅଭିଯୋଗକୁ ସମାଧାନ କରାଯିବ ବୋଲି କହିଛନ୍ତି ।
• ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟ ସର୍ବଦା ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ଦ୍ୱାରା ପରିଚାଳିତ, ଏଥିରେ ମନ୍ତ୍ରୀଙ୍କ ଆବଶ୍ୟକତା ନାହିଁ ଜ୍ଝ ଅଭିଯୋଗ ଦାଖଲ ପରେ ବିଭାଗ ଅନୁଯାଇ ମନ୍ତ୍ରୀମାନଙ୍କ ତତ୍ୱାବଧନରେ ଏହାର ସମାଧାନ କରନ୍ତି ।
• ୫୭୪୪୨ ଅଭିଯୋଗ ପତ୍ର ଗ୍ରହଣ କରିବା ପାଇଁ ହେଲିକପ୍ଟର ବ୍ୟବହାର ହୋଇଥିଲା, ସାଢେ ତିନି ବର୍ଷରେ ୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଜ୍ଝ ମସାକୁ ଏକ କୋଟିରୁ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କହିଚନ୍ତି ମୁଖ୍ୟମନ୍ତ୍ରୀ ।
• ବିରୋଧି ଆଣିଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା, ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରାଯାଉଛି ।
• ବିରୋଧୀ ଖୁସି ହେବା ଦରକାର ସେମାନଙ୍କ ଅଂଚଳର ଅନେକ ସମସ୍ୟା ର ସମାଧାନ ହୋଇଛି ଜ୍ଝ ମୁଁ ବୁଝି ପାରୁନାହିଁ, ଲୋକଙ୍କ ସମସ୍ୟାର ସମାଧାନ ହେଉଥିବା ବେଳେ ଏହାକୁ କାହିଁକି ବିରୋଧ କରାଯାଉଛି ।
• ବିରୋଧୀଙ୍କ ଏହି ଜନ ବିରୋଧୀ କାର୍ୟ୍ୟର ଲୋକେ ଉଚିତ ଜବାବ ଦେବେ ଜ୍ଝ ବିରୋଧୀ ରାଜନୈତିକ ଉଦେଶ୍ୟ ରଖି ବିରୋଧ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।