କପ୍ତିପଦା ଉପଖଣ୍ଡ ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଉଦଳା; (ଦିପକ ମିଶ୍ର ;);-ପୂର୍ବ ନିର୍ଧାରିତ କାର୍ଯ୍ୟ ସୁଚି ଅନୁଯାଇ ଆଜି କପ୍ତିପଦା ଉପଖଣ୍ଡ ଉପଜିଲାପାଳ ଙ୍କ ସଂମିଳନୀ କୋକ୍ଷ ରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଯାଇଛି l ଏହି କାର୍ଯ୍ୟକ୍ରମ ରେ ମୟୁରଭଞ୍ଜ ଜିଲ୍ଲା ର ନୂତନ ଜିଲ୍ଲାପାଳ ହେମକାନ୍ତ ସାଏ ଓ ମୟୁରଭଞ୍ଜ ଜିଲ୍ଲା ଏସପି ଏସ. ସୁଶ୍ରୀ ଯୋଗ ଦେଇ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବା ସହ ସମାଧାନ ଦିଗରେ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ l ମୋଟ ୬୭ ଜଣ ସାଧାରଣ ଜନତାଙ୍କ ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା l ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଉପଖଣ୍ଡ ର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ସାଧାରଣ ଜନତାଙ୍କ ସମାଧାନ ଦିଗରେ ସହଯୋଗ କରିଥିଲେ l ଉପଖଣ୍ଡ ର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବେହେରା ଓ ଉପଖଣ୍ଡ ପୋଲିସ ଅଧିକାରୀ ସାର୍ଥକ ରାୟ ଉପସ୍ଥିତ ଥିଲେ l