ନୂଆଦିଲ୍ଲୀ: ସେଲଫି ସମୟରେ ଅଘଟଣର ଚିତ୍ର ବାରମ୍ବାର ସାମ୍ନାକୁ ଆସିଛି । ସେଲଫି ସମୟର ଅନେକ ଅଘଟଣ ପରେ ବି ସୁଧୁରୁନି ଆମ ଚିନ୍ତାଧାରା । ପୁଣି ସେଲଫି ନେଇ ମରଣ ଜନ୍ତାରେ ପଡିଥିଲେ ଜଣେ ଯୁବକ । ଆଉ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଘଟିଛି ଉତ୍ତରାଖଣ୍ଡରେ । ଉତ୍ତରାଖଣ୍ଡରେ ସେଲଫି ନେବା ସମୟରେ ଖସିଯାଇଥିଲା କେଦାରନାଥ ଯାତ୍ରୀଙ୍କ ଗୋଡ଼। ଯାହାର ଭିଡିଓ ଦେଖିଲେ ନିଶ୍ଚୟ ମନରେ ଭୟ ସୃଷ୍ଟି ହେବ । ଭିଡିଓରେ ଦେଖିବାକୁ ମିଳୁଛି ନଦୀର ତିବ୍ର ସ୍ରୋତରେ ଭାସିଯାଇଥିବା ଯୁବକ ନିଜକୁ ବଞ୍ଚାଇବାକୁ ଚେଷ୍ଠା କରୁଛନ୍ତି ।
ତେବେ ଏହି ତୀର୍ଥଯାତ୍ରୀ ଜଣଙ୍କ ଉତ୍ତରାଖଣ୍ଡର କେଦାରନାଥ ମନ୍ଦିରକୁ ଯିବା ବାଟରେ ରାମବାଡା ନିକଟରେ ବ୍ରିଜ୍ ଉପରୁ ସେଲଫି ନେଉଥିବାବେଳେ ହଠାତ୍ ଅସାବଧନତା କାରଣରୁ ତାଙ୍କ ଗୋଡ଼ ଖସିଯାଇଥିଲା । ଆଉ ସେ ମନ୍ଦାକିନି ନଦୀର ପ୍ରଖର ସ୍ରୋତରେ ପଡିଯାଇଥିଲେ । ନଦୀର ସୁଅରେ ସେ କିଛି ଦୁର ଭାସିଯାଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଦେଖି ଏସଡିଆରଫ ଟିମ୍ ସହିତ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ସେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ପାଣିର ପ୍ରବଳ ସ୍ରୋତରେ ଯୁବକ ଜଣକ ଏକ ପଥରକୁ ଜାବୁଡ଼ି ଧରିଥିଲେ।