ବସ ଚଲାଇ ଚର୍ଚ୍ଚାରେ କେରଳ ଯୁବତୀ

0

ବର୍ତ୍ତମାନ ଝିଅ ମାନଙ୍କ ମଧ୍ୟରେ ଗାଡି ଚଳାଇବାର କ୍ରେଜ ଦେଖିବାକୁ ମିଳୁଛି । କିଏ ବାଇକ ଚଲାଉଛି ତ କିଏ କାର । ଆଜିର ସମୟରେ ଝିଅମାନେ କେବଳ ତାଙ୍କ ସୁବିଧା ପାଇଁ ଗାଡି ଚଲାଉ ନାହାନ୍ତି ବରଂ ଏଥିରେ କ୍ୟାରିଅର ବନେଇବା ପାଇଁ ମଧ୍ୟ ଗାଡ଼ି ଚଲାଉଛନ୍ତି । ସେଥିପାଇଁ ପ୍ଲେନ,ଟ୍ରେନ ଓ ଅଟେରିକ୍ସା ଚଲାଉଛନ୍ତି ଝିଅମାନେ ।ଗାଡ଼ି ଚଲେଇ ନିଜ ସ୍ୱପ୍ନକୁ ପୂରଣ କରୁଛନ୍ତି ଏହା ସହିତ ପରିବାରର ଭରଣ ପୋଷଣ ମଧ୍ୟ କରିପାରୁଛନ୍ତି ଝିଅ ।କେରଳରେ ଜଣେ ଝିଅ ପରିବହନ ନିଗମରେ ବସ୍ ଚଲାଉଛନ୍ତି । ସେ ତାଙ୍କ ଇଚ୍ଛା ପୁରା କରିବା ପାଇଁ କଲେଜ ଛୁଟି ଦିନରେ ବସ୍ ଚଲାଇଥାନ୍ତି ।

କେରଳର କୋଚିର ଆଇନ ମହାବିଦ୍ୟାଳୟର ଛାତ୍ରୀ ହେଲେ ମେରି । ସେ ୧୫ ବର୍ଷ ବୟସରୁ ଡ୍ରାଇଭିଙ୍ଗ ଆରମ୍ଭ କରିଥିଲେ । ୧୮ ବର୍ଷରେ ଲାଇସେନ୍ସ ମିଳିଯାଇଥିଲା । ତାଙ୍କୁ ଏବେ ୨୧ ବର୍ଷ ହୋଇଛି ।ଏର୍ନାକୁଲାମ ଆଇନ କଲେଜରେ ପାଠ ପଢୁଛନ୍ତି ତା ସହ ବସ ମଧ୍ୟ ଚଳାନ୍ତି । ତାଙ୍କୁ ଇଚ୍ଛା ପୁରା କରିବାକୁ ସେ ବସ ଚଲାନ୍ତି । କେରଳର ଏହି ଝିଅ ପ୍ରତ୍ୟେକ ରବିବାର କାକକନାଡା ରୁ ପେରୁମ୍ବାଡାପୁ ରାସ୍ତାରେ ବସ ନେଇ ବାହାରନ୍ତି ଏବଂ ସେହି ରାସ୍ତାରେ ଅଧିକ ଟ୍ରାଫିକ ଥିବା ସହ ଯାତ୍ରୀମାନେ ବି ଅଧିକ ରୁହନ୍ତି । ମେରିଙ୍କୁ ଓଜନ ଥିବା ଗାଡି ଚଲେଇବାକୁ ପସନ୍ଦ ଥାଏ । ସେ କେବଳ ବସ୍ ନୁହେଁ ଟ୍ରକ, ଲରି ଭଳି ବଡ଼ ବଡ଼ ଗାଡ଼ି ମଧ୍ୟ ଚଲାନ୍ତି ।