ଭୁବନେଶ୍ୱର: ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଭୁବନେଶ୍ୱର ଏବଂ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଣ ସଂଗଠନ ମଧ୍ୟରେ ଗବେଷଣାମୂଳକ ସହବନ୍ଧନର କିକ୍ – ଅଫ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଗବେଷଣା ପ୍ରକଳ୍ପର ହସ୍ତାନ୍ତର ତଥା କିକ ଅଫ ସମାରୋହରେ ଡିଆରଡିଓର ଇଲେକ୍ଟୋନିକ୍ସ ଏବଂ ଯୋଗାଯୋଗ ସିଷ୍ଟମ କ୍ଲଷ୍ଟରର ମହାନିର୍ଦ୍ଦେଶକ ଡ ବିନୟ କେ ଦାସଙ୍କ ସହ ସିଏଚଇଏସଏସ , , LRDE , DEA, DLR, IRDE ଆଦି ଲ୍ୟାବର ନିର୍ଦ୍ଦେଶକବୃନ୍ଦ ତଥା ଡିଆଡିଓର ବିରିଷ୍ଠ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ ।
ଏହି ବୈଠକ ରେ ଡିଆରଡିଓର ଇସିଏସ କ୍ଲଷ୍ଟରରୁ ୯ ଟି ମଞ୍ଜୁରୀ ପାପ୍ତ ପ୍ରକଳ୍ପ ହସ୍ତାନ୍ତର କରାଯାଇଥିଲା । ଏବଂ ପରେ ଆଇଆଇଟି ଭୁବନେଶ୍ୱର ଅଧ୍ୟାପକବୃନ୍ଦ ତଥା ରିସର୍ଚ୍ଚ ସ୍କଲାରଙ୍କ ସହ ପାରସ୍ୱରିକ ଆଲୋଚନା ଅଧିବେଶନ କରାଯାଇଥିଲା । ଆଗକୁ ଆହୁରି ୧୮ କୋଟି ଟଙ୍କାର ମୂଲ୍ୟାବାନ ୭ ଟି ପ୍ରକଳ୍ପ ମଞ୍ଜୁର କରିବାକୁ ପ୍ରକ୍ରିୟା ଚାଲିଛି । ଆଇଆଇଟି ଭୁବନେଶ୍ୱର ଅନୁମୋଦିତ ପ୍ରକଳ୍ପ ଗୁଡିକ ଉପରେ କାର୍ଯ୍ୟ କରିବ , ଯାହା ଇଲେ କ୍ଟୋନିକ୍ସ ଯୁଦ୍ଧ, କୃତ୍ରିମ ବୁଦ୍ଧିମତା ଚାଳିତ ନୀରିକ୍ଷଣ , ପାୱାର ସିଷ୍ଟମ ରାଡାର ସିଷ୍ଟମ ଇତ୍ୟାଦିରେ ଲାଭଦାୟକ ହେବ ।
ସ୍କୁଲ ଅଫ ଇଲେକ୍ଟି୍୍ରକାଲ ସାଇନ୍ସେସର ମୁଖ୍ୟ ପ୍ରଫେସର ଏସ ଆର, ସାମନ୍ତରାୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିବା ସହ ଅନୁମୋଦିତ ପ୍ରକଳ୍ପଗୁଡିକ ବିଷୟରେ ସୂଚନା ଦେଇଥିଲେ ।
ଏହା ପରେ ଏହି ଅବସରରେ ଡକ୍ଟର ଦାସ କହିଛନ୍ତ୍ି , “ ଡିଆରଡିଓର ଇସିଏସ କ୍ଲଷ୍ଟର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଏହି ସହଯୋଗ , ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶର ଭବିଷ୍ୟତର ଆବଶ୍ୟକତା ପୂରଣ କରିବା ପାଇଁ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିବା ପାଇଁ ଉଦ୍ଧିଷ୍ଟ ।” ବୋଲି ମତ ରଖିଛନ୍ତି ।
ତେବେ ଏହି କାର୍ଯ୍ୟକ୍ରମରେ ଆଇଆଇଟି ଭୁବନେଶ୍ୱର କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ଡାକ୍ତର ଡିପି ଡୋଗ୍ରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।