ହିମାଚଳ ପ୍ରଦେଶରେ ଭୂସ୍ଖଳନ, ୪୦ରୁ ଅଧିକ ଯାତ୍ରୀ ଫସିଥିବା ଆଶଙ୍କା

0

କିନୌର : ଆଜି ହିମାଚଳପ୍ରଦେଶରେ ଭୂସ୍ଖଳନ ହୋଇଥିବା ନେଇ ଖବର ମିଳିଛି । କିନୌର ଜିଲାର ନିଗୁଲସେରୀ ୫ ନମ୍ବର ଜାତୀୟ ରାଜପଥରେ ଚୀଲ ଜଙ୍ଗଲ ନିକଟରେ ପାହାଡ ଧସିବା ଫଳରେ ଯାଉଥିବା ସରକାରୀ ବସ,ଟ୍ରକ ଅନ୍ୟ କିଛି ଗାଡି ସହ ୪୦ ରୁ ଅଧିକ ଲୋକେ ଚାପି ହୋଇ ରହିଥିବା ନେଇ ସୂଚନା ମିଳିଛି । ବୁଧବାର ଅପରାହ୍ନରେ ହିମାଚଳ ପ୍ରଦେଶର କିନ୍ନୋରଠାରେ ଭୂସ୍ଖଳନ ଘଟିଛି। ଯାତ୍ରୀବାହୀ ବସ ମାଟିତଳେ ଦବି ହୋଇ ରହିଯାଇଛି। ଆବର୍ଜନାରେ ପୋତି ହୋଇଗଲା। ଏହା ସହିତ ଦୁଇଟି କାର୍‌ ମଧ୍ୟ ମାଟି ଗଦାରେ ପୋତି ହୋଇ ଯାଇଛି।

ଆଇଟିବିପି ପକ୍ଷରୁ କୁହାଯାଇଛି କହିଛି ଯେ ଆଜି କିନୋର ଜିଲ୍ଲାର ରେକୋଙ୍ଗ ପିଓ-ଶିମଲା ରାଜପଥରେ ଏକ ଭୂସ୍ଖଳନ ହେତୁ ଏକ ଟ୍ରକ୍ ଏବଂ ଏଚଆରଟିସି ବସ୍ ମାଟିତଳେ ପୋତି ହୋଇଯାଇଥିବା ସୂଚନା ମିଳିଛି । ଅନେକ ଲୋକ ଫସି ରହିଥିବା ଜଣାଯାଇଛି । ଭାରତ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।