ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ବିପୁଳ ପରିମାଣର ମଦ ଓ ପୋଚ ନଷ୍ଟ

0

ଜଳେଶ୍ଵର /  ଅଜିତ ସାହୁ : ବିପୁଳ ପରିମାଣର ଦେଶୀ ମଦ ଜବତ  । ରାଇବଣିଆ ଥାନା ଘାସିପଡା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢଉକରି ବିପୁଳ ପରିମାଣର ମଦ ଓ ପୋଚ ନଷ୍ଟ କରିଛି । ସୂଚନା ଅନୁଯାୟୀ ଜଳେଶ୍ଵର ଅଞ୍ଚଳ ରେ  ଦିନ କୁ ଦିନ ନିଶାକାରବାର ବୃଦ୍ଧି ପାଉଥିବା ଅଭିଯୋଗ ହୋଇ ଆସୁଥିଲା। ଯାହାକୁ ଅବକାରୀ ବିଭାଗ ଗୁରୁତର ସହିତ ନେଇ  ଚୋରା ଦେଶୀମଦ ବ୍ୟବସାୟୀ  ଙ୍କ ଉପରେ ଉଭୟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି  ଅଙ୍କୁଶ ଲଗାଯାଇଛି । ରାଇବଣିଆ ଥାନା ଅଞ୍ଚଳ ର ଘାସିପଡା ଗ୍ରାମ ରେ ଥିବା ଦେଶୀମଦ କାରଖାନା ଉପରେ ଚଢାଉ କରି ୪୪୯୦ ଲିଟର ପୋଚ ଏବଂ ୨୫୨ ଲିଟର ଦେଶୀ ମଦ ଜବତ କରିଥିବା ବେଳେ, ବାଗବୁଡା ଗ୍ରାମ ରୁ ଜଣେ ମଦ ବ୍ୟବସାୟୀ ଙ୍କୁ ଅଟକ ସହିତ ଗୋଟିଏ ମଟର ସାଇକେଲ ମଧ୍ୟ ଅଟକ ରଖିଛି ବିଭାଗ।