ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ସୁରକ୍ଷା ବାହିନୀକୁ ମିଳିଛି ବଡ ସଫଳତା । ଆତଙ୍କବାଦୀଙ୍କ ଏହି ଆଡ୍ଡାରୁ ଗୋଟିଏ ପିସ୍ତଲ ଏବଂ କିଛି ଗୁଳି ଜବତ କରାଯାଇଛି । ଅଧିକାରୀ ମାନେ କହିବା ଅନୁଯାୟୀ ଭାଦେରୱାହର ଭାଲରା ଜଙ୍ଗଲ ଅଞ୍ଚଳରେ ସ୍ଥାନୀୟ ପୋଲିସ ଏବଂ ସେନାର ସ୍ୱେଶାଲ ଅପରେସନ୍ସ ଗୃପ ଦ୍ୱାରା ଏକ ମିଳିତ ସର୍ଚ୍ଚ ଅପରେସନ ସମୟରେ ଏହି ଆଡ୍ଡାଟି ଆବିଷ୍କାୀ କରାଯାଇଥିଲା । ଏହି ଅପରେସନ ସମୟରେ କାହାକୁ ଗିରଫ କରାଯାଇ ନାହିଁ । ସନ୍ଦେହଜନକ କାର୍ଯ୍ୟକଳାପର ରିପୋର୍ଟ ପରେ ଏକ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଡ଼ାରରେ ଏହି ଅପରେସନ କରାଯାଇଥିଲା । ଏହି ସମୟରେ , କିସ୍ତୱାର ଜିଲ୍ଲା ସଂଲଗ୍ନ ଗୁରିନାଲ , ଥାଥ୍ର ଏବଂ ଚତରୁ ଜଙ୍ଗଲରେ ପୋଲିସ , ସେନା ଏବଂ ସିଆରପିଏଫ ଦ୍ୱାରା ଏକ ମିଳିତ ତଲାସୀ ଅଭିଯାନ ମଧ୍ୟ ଜାରି ରହିଛି ।