ମୋ ବସ ଧକାରେ ଚାଲିଗଲା ଏକ ଛୋଟ ଝିଅର ଜୀବନ

0

ଭୁବନେଶ୍ୱର: ପୁଣି ମୋ ବସ ନେଲା ଆଉ ଏକ ଜୀବନ l ମୋ ବସ ଧକାରେ ଚାଲିଗଲା ଏକ ଛୋଟ ଝିଅର ଜୀବନ l ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଅଂଚଳରେ l ସାଇକେଲରେ ଯାଉଥିବାବେଳେ ଧକ୍କା ଦେଇଥିଲା ‘ମୋ ବସ’। ଏ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟଲୋକେ ଉକ୍ତ ବସକୁ ଅଟକ ରଖିବାସହ ରାସ୍ତାରୋକ କରିଛନ୍ତି। ଯାତାୟତ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକଙ୍କୁ ପୁଲିସ ବୁଝା ସୁଝା କରୁଛି।