ଭୁବନେଶ୍ବର : ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ରାଜଧାନୀରେ ବଦଳିଲା ପାଗ । ଦିନରେ ତତେଇବା ପରେ ଅପରାହ୍ନରେ ଝିପଝିପ ବର୍ଷା ଦୋଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପାଗରେ ପରିବର୍ତ୍ତନ । ଘଡଘଡି ସହ ଝିପଝିପ ବର୍ଷା ଦେଖିବାକୁ ମିଳିଛି । କିଛି ସ୍ଥାନରେ ଘୂର୍ଣ୍ଣିଝଡ ସହ ପବନ ମଧ୍ୟ ହୋଇଛି । ସେପଟେ ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ରେକର୍ଡ ହୋଇଥିଲା । ୪୩.୨ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ହୋଇଥିଲା । ସେହିଭଳି ଝାରସୁଗୁଡ଼ା ୪୨.୯, ଚାନ୍ଦବାଲି ୪୨.୨, ବାଲେଶ୍ୱର ୪୧.୪ ଡିଗ୍ରୀ ରେକର୍ଡ ହୋଇଥିଲା । ଦିନ ସାଢେ ୧୧ଟା ସୁଦ୍ଧା ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ହୋଇଥିଲା । ବାଲେଶ୍ୱରରେ ୪୧.୨ ଡିଗ୍ରୀ ତାପମାତ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୪୧, ଚାନ୍ଦବାଲିରେ ୪୦ ଡିଗ୍ରୀ, ଝାରସୁଗୁଡା ରେ ୩୯.୨, କେନ୍ଦୁଝରରେ ୩୭.୬, ରାଉରକେଲାରେ ୩୭.୬, ସମ୍ବଲପୁର ରେ ୩୬.୭, ହୀରାକୁଦ ୩୬, ପୁରୀ ରେ ୩୫.୨, ଗୋପାଳପୁର ରେ ୩୫.୨, ପାରାଦୀପରେ ୩୪.୬ ଡିଗ୍ରୀ ରେକର୍ଡ କରାଯାଇଥିଲା ।