ଉତ୍ତରାଖଣ୍ଡରେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ଘଟିଛି

0

ଉତ୍ତରାଖଣ୍ଡ-: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଗୁରୁବାର ସକାଳେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ସହ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି ।

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ସକାଳ ପ୍ରାୟ ୯ଟା ସମୟରେ ଗଙ୍ଗୋତ୍ରୀ ଅଭିମୁଖେ ଯାଉଥିବା ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ କ୍ୟାପଟେନ୍ ରବିନ୍ ସିଂହଙ୍କ ମଧ୍ୟ ରହିଛନ୍ତି । ମୃତକମାନେ ଚାରିଧାମ ଯାତ୍ରା ପାଇଁ ଯାଉଥିବା ବେଳେ ଏହି ଘଟଣା ଘଟିଛି । ଦୁର୍ଘଟଣା ପରେ ଆହତଙ୍କୁ ଋଷିକେଶରେ ଥିବା ଏମ୍ସକୁ ନିଆଯାଇଛି । ହେଲିକପ୍ଟରରେ ଥିବା ୬ଜଣକ ମଧ୍ୟରୁ ୪ଜଣ ମୁମ୍ବାଇ ଓ ୨ଜଣ ଆନ୍ଧ୍ରପ୍ରଦେଶରୁ ଥିଲେ । ହେଲିକପ୍ଟରଟି ଡେରାଡୁନର ସହସ୍ତ୍ରଧାର ହେଲିପ୍ୟାଡରୁ ଉଡ଼ାଣ ଆରମ୍ଭ କରିଥିଲା ​​ଏବଂ ଯମୁନୋତ୍ରୀ ମନ୍ଦିର ନିକଟସ୍ଥ ଖରସାଲି ହେଲିପ୍ୟାଡକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା ।