ବିନିକା-: ସୁବର୍ଣ୍ଣପୁର ଜିଲ୍ଲା ବିନିକା କଂସାରୀପଡ଼ାରେ ବାହୁଡ଼ାଯାତ୍ରା ସମୟରେ ଏକ ବଡ଼ ଅଘଟଣ ଘଟିଛି । ରଥ ତଳେ ଚାପି ହୋଇ ୩ ନାବାଳକ ସମେତ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଆହତମାନଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଅଘଟଣକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।