ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ମେଟ୍ରୋର ରେଳ ନିର୍ମାଣ ବେଳେ ଜଣେ ଶ୍ରମିକର ମୃତ୍ୟୁ ହୋଇଛି । ଏହାସହ ଜଣେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଟନେଲ ଖୋଳିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି । ପ୍ରକାଶ ଯେ, ଆଜି ସକାଳୁ ମୁମ୍ବାଇରେ ମେଟ୍ରୋ ରେଳ ନିର୍ମାଣ ପାଇଁ କାମ ଚାଲିଥିଲା । ଟନେଲ ଖୋଳିବା ସମୟରେ ଏକ ପଥର ଖସି ପଡିଥିଲା । ଫଳରେ ପଥର ତଳେ କିଛି ଶ୍ରମିକ ଚାପି ହୋଇ ରହିବାରୁ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଉପସ୍ଥିତ ଲୋକମାନେ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଅନ୍ୟପଟେ ମୁମ୍ବାଇରେ ଏବେ ମେଟ୍ରୋ ରେଳ ଲାଇନର କାର୍ଯ୍ୟ ଜୋରସୋର ଚାଲିଛି । ହେଲେ କାମ ଆରମ୍ଭ ହେଉଣୁ ଶ୍ରମିକଙ୍କ ମୃତ୍ୟୁ ହେଲାଣି. ତେବେ ଦେଖାଯାଉ ଆଗକୁ ଆଉ କଣ ହେଉଛି ।