(ଆଦର୍ଶ ରାଉତ)ଭୁବନେଶ୍ୱର: ଜଣେ ସ୍ୱାମୀ ହେଲେ ସ୍ତ୍ରୀ ସଂଖ୍ୟା ୨। ପୁରୁଷ ଜଣକ ୫ବର୍ଷ ତଳେ ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିଥିବାବେଳେ ଆଉ ଜଣଙ୍କୁ ଚୋରା ପୀରତିରେ ବିବାହ କରିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ଶେଷରେ ମାମଲା ଯାଇ ଥାନାରେ ପହଞ୍ଚିଛି।
ସୂଚନାନୁଯାୟୀ ଗତକାଲି ଟଙ୍କପାଣି ସାଇ ମନ୍ଦିର ନିକଟରେ ୨ଜଣ ମହିଳା ମାଡ଼ଗୋଳ ଲାଗିଥିବା ବେଳେ ପିସିଆର ଘଟଣାସ୍ଥଳରେ ପହଂଚିିଥିଲା। ପରେ ଉଭୟ ମହିଳା ମାନେ ଜଣେ ପୁରୁଷକୁ ନିଜ ସ୍ୱମାୀ ବୋଲି କହି ଆପୋଶରେ ହାତାହାତି ହେଉଥିଲେ । ଯାହା ଫଳରେ ପିସିଆର ଉଭୟ ମହିଳା ଓ ପୁରୁଷ ଜଣଙ୍କୁ ଥାନାକୁ ଆଣିଥିଲେ । ଥାନା କୁ ଆଣିବା ପରେ ଜଣାପଡ଼ିଥିଲା ଯୁବକ ଜଣଙ୍କ ୫ବର୍ଷ ତଳେ ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିଥିଲେ ଓ ତାଙ୍କର ୧ବର୍ଷରୁ କମ ବୟସର ପୁଅ ରହିଛି । ପୁରୁଷ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ଫସାଇବା ଓ ତାଙ୍କ ପଇସା ହଡ଼ପ କରିବା ପାଇଁ ଅନ୍ୟ ମହିଳା ଜଣଙ୍କ ମିଛ ଅଭିଯୋଗ କରୁଛନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରତିକିୟା ରଖିଛନ୍ତି ପୁରୁଷଙ୍କ ପ୍ରଥମ ପତ୍ନୀ। ସେହିପରି ଭାବେ ଅନ୍ୟପଟେ ଦ୍ୱିତୀୟ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ବିବାହିତା ହୋଇଥାଇ ମଧ୍ୟ ତାଙ୍କୁ ଲୁଚାଇ ଆଉ ଥରେ ବିବାହ କରିଛନ୍ତି। ବିବାହ ସମୟର କିଛି ଫଟୋ ପ୍ରମାଣ ଭାବେ ପୋଲିସ ନିକଟରେ ଦ୍ୱିତୀୟ ମହିଳା ଜଣଙ୍କ ଦାଖଲ କରିଛନ୍ତି। ଏନେଇ ସହିଦ ନଗର ଥାନରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲଣ କରାଯାଇଛି । ଏହା ସହ ଦ୍ୱିତୀୟ ମହିଳାଙ୍କ ୧୬୧ରେ ବୟାନ ରେକର୍ଡ଼ କରାଯାଇଛି।