ସୋନପୁର: ଆଜି ସୋନପୁରର ହୋଟେଲ ମୁନ ଠାରେ ସୋନପୁର ରାମଧୁନ କ୍ଲବ୍ ପକ୍ଷରୁ ୧୬ ତମ ସର୍ବଭାରତୀୟ ରାମଧୁନ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ଫ୍ରାଞ୍ଚାଇଜ୍ ମିଟ ଅନୁଷ୍ଠିତ ହୋଇଯାଇଛି । ଆଠ ଗୋଟି ଫ୍ରାଞ୍ଚାଇଜ ମାନଙ୍କୁ ନେଇ ଅନୁଷ୍ଠିତ ଏହି ମିଟ୍ ର ସଭା ମଂଚ ରେ କ୍ଳବ ଉପଦେଷ୍ଟା କଇରୁ ସ୍ବାଇଁ, କ୍ରୀଡ଼ା ସଂଘ ଉପଦେଷ୍ଟା ଚିତ୍ତ ରଞ୍ଜନ ତରାସିଆ, କ୍ଳବ ସଦସ୍ୟ କମଳା ସାହୂ, ରାଜୀବ ସାହୂ, ପୀୟୂଷ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉପରେ ସବିଶେଷ ବିବରଣୀ ଦେଇଥିଲେ । ରାମଧୁନ କ୍ଲବ ର ସଦସ୍ୟ ବିକାଶ ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭାପରିଚାଳନା କରିଥିଲେ । ସମସ୍ତ ପ୍ରାୟୋଜକଙ୍କୁ ଆଜି ଏଠାରେ ସମ୍ବଦ୍ଧିତ କରାଯାଇଥିବା ବେଳେ ଆଠ ଗୋଟି ଟିମ୍ କୁ ନେଇ ଏମାନଙ୍କ ମଧ୍ୟରେ ଲଟେରୀ ଉଠାଣ ସହିତ ଜର୍ସି ଉନ୍ମୋଚନ କରଯାଇଥିଲା I ଆଠ ଗୋଟି ଫ୍ରାଞ୍ଚାଇଜ ମଧ୍ୟରେ ଚନ୍ଦ୍ରମା ମୋଟର୍ସ, ହୋତା ମୋଟର୍ସ, ସଂସ୍କାର ଏଗ୍ରୋ, ମହାନଦୀ ଧାରା, ବଗଲା ୱେଲର୍ସ, ଶରଧା ଟେକ୍ନୋଲୋଜି, ଆଦିତି +୨ କଲେଜ ଏବଂ ନାଇସେଟ କମ୍ପୁଟର ପ୍ରମୁଖ ବିଭିନ୍ନ ଫୁଟବଲ ଦଳକୁ ଚୟନ କରିଥିଲେ ।