ବିଲ ମଝିରେ ପଡିଛି ଗଳିତ ମଣିଷ କଙ୍କାଳ ଓ ମୁଣ୍ଡ

0

ପିପିଲି: ବିଲ ମଝିରେ ପଡିଛି ଗଳିତ ମଣିଷ କଙ୍କାଳ ଓ ମୁଣ୍ଡ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପିପିଲି ବାଇପାସ କଡ଼ ବିଲ ମଝିରେ । କିଏ ଏଭଳି ଘଟଣା ଘଟାଇଛି ତାହା ଜଣାପଡି ନାହିଁ ।
ସୂଚନା ଅନୁଯାୟୀ, ବିଲରେ ପଡିଥିବା ଗଳିତ ମଣିଷ କଙ୍କାଳକୁ ପ୍ରଥମେ ଗାଁ ର କିଛି ମହିଳା ଦେଖିଥିଲେ । ପରେ ଖବର ଚାରି ଆଡେ ବ୍ୟାପି ଯାଇଥିଲା । ଯେକି ବିଳର ବିଭିନ୍ନ ସ୍ଥାନ ରେ ପଡିଛି ମୁଣ୍ଡ, ମୁଣ୍ଡ ର ଚୁଟି, ଡ୍ରେସ,ଚପଲ ଶରୀର ର ଅନ୍ୟ ଅଙ୍ଗ ସହ ଅନ୍ତବସ୍ତ୍ର । ଏହି ଘଟଣା ଟି ପୁରା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଖବର ପାଇ ଘଟଣା ସ୍ଥଳରେ ପିପିଲି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।