ଭୁବନେଶ୍ବର : ମହାନତା ଦେଖାଇଲେ ସହିଦନଗର ସ୍ଥିତ ମା’ ସନ୍ତୋଷୀ ୟୁଥ କ୍ଲବର ସଦସ୍ୟ | ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ସହ ଆହାତ ବ୍ଯକ୍ତିଙ୍କୁ ପରିବାର ଲୋକଙ୍କ ନିକଟରେ ପହଞ୍ଚାଇଲେ| ସୂଚନା ଯୋଗ୍ୟ ଯେ ଆଜି ମା’ ସନ୍ତୋଷୀ ୟୁଥ କ୍ଲବର ଗଣେଶ ପୂଜା ଭଷାଣି ମହୋତ୍ସବ ହୋଇଥିଲା | କ୍ଲବର ସଦସ୍ୟ ମାନେ କୁଆଖାଇ ନଦୀ ରେ ମୂର୍ତ୍ତୀ ବିସର୍ଜନ କରି ଫେରିବା ବେଳେ ହାଇଟେକ୍ ଓଭରବ୍ରିଜରେ ଏକ ବାଇକ୍ ଦୁର୍ଘଟଣା ହୋଇଥିବା ଦେଖିବାକୁ ପାଇଥିଲେ| ଦୁର୍ଘଟଣାରେ ବାଇକ ଆରୋହୀ ଆହତ ହୋଇ ରାସ୍ତା ମଝିରେ ପଡି ରହିଥିଲେ| ହଠାତ୍ ଆହତଙ୍କୁ ଦେଖିବା ମାତ୍ରକେ ୟୁଥ କ୍ଲବର ସଦସ୍ୟ ମାନେ ନିଜ ଟ୍ରକ୍ ଗାଡିକୁ ରାସ୍ତା କଡରେ ସାଇଡ କରି ଆହାତଙ୍କୁ ସାହାଯ୍ୟ କରିଥିଲେ| ସଦସ୍ୟ ମାନେ ସାମାନ୍ୟ ଆହତ ହୋଇଥିବା ବ୍ଯକ୍ତିଙ୍କୁ ଓଭରବ୍ରିଜ ସାଇଡକୁ ଆଣି ପାଣି ଦେଇଥିଲେ| ଏବଂ ଆହାତଙ୍କ ଫୋନରୁ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ| ସେଇ ସମୟରେ ମା’ ସନ୍ତୋଷୀ ୟୁଥର ସଭାପତି ଜି. ରୁଦ୍ର ଆହାତଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝି ଥିବା ବେଳେ କ୍ଲବର ଉପସଭାପତି ଏମ୍ ଜଗା ରାଓ ଏବଂ କେ. ଶିବା. ରାଓ ନିଜ ଟି-ସାର୍ଟ ଖୋଲି ଆହତଙ୍କ ପାଇଁ ପବନ ବିଞ୍ଚିଥିଲେ| ସେପଟେ କ୍ଲବ ଜୁନିଅର ସଭାପତି କେ. ରମେଶ ରାଓ, ଆଲୋକ କୁମାର ପରିଡା ଏବଂ ଏମ୍ ନରସିଂହ ମଧ୍ୟ ଆହତ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ| ତେବେ ଦୀର୍ଘ 30 ମିନିଟ ଧରି କ୍ଲବର ସଦସ୍ୟ ମାନେ ଆହତଙ୍କ ସେବା କରିଚାଲିଥିବା ବେଳେ ଶେଷରେ ଆହତଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ| ଏବଂ ଆହାତଙ୍କୁ ପ୍ରାଥମିକ ଚିକିତ୍ସା କରି ଘରକୁ ନେଇଥିଲେ| ଅନ୍ୟପଟେ ପରିବାର ଲୋକେ ମା’ ସନ୍ତୋଷୀ ୟୁଥ କ୍ଲବର ସମସ୍ତ ଯୁବ ସଭ୍ୟଙ୍କୁ ଧନ୍ୟବାଦ ଜଣାଇବା ସହିତ ୟୁଥ କ୍ଲବର ଉନ୍ନତି ହେଉ ବୋଲି କହିଥିଲେ|