ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଯାଜପୁରରେ କେନାଲରେ ବୁଡି ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ବିଂଝାରପୁର ଥାନା କପିଳା ମାନ୍ଧତାପାଟଣା ଗାଁର ବିଦ୍ୟାଧର ମଲ୍ଲିକ ପୁଅ ରାଜା ମଲ୍ଲିକ । ପ୍ରକାଶ ଯେ, ଆଜି ଗାଁର କିଛି ପିଲାଙ୍କ ସହିତ ନିକଟସ୍ଥ କେନାଲରେ ଗାଧଉ ଥିବା ବେଳେ ହଠାତ ରାଜାର ଗୋଡ ଖସି ଯାଇଥିଲା । ଯାହା ଫଳରେ ସେ କେନାଲର ଅଧିକ ଭିତରକୁ ପଳାଇଥିଲେ । ଅନ୍ୟ ପିଲାମାନେ ଚାହିଁଥିଲେ ମଧ୍ୟ ରାଜାଙ୍କୁ ବଂଚାଇ ପାରିନଥିଲେ । ଫଳରେ ତାଙ୍କର ମୃତ୍ୟୁ ହେଇଥିଲା । ମୃତ ଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଯାଜପୁର ମେଡିକାଲକୁ ପଠାଇଛି ପୋଲିସ । ଏନେଇ ବିଂଝାରପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।