ପାଉଁଶ ପକାଇବାକୁ ଯାଇଥିଲେ, ପୋଖରୀରେ ବୁଡୁି ଗଲେ

0

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଖଇରଙ୍ଗ ନୂଆପାଟଣା ଗ୍ରାମରେ ଅଘଟଣ । ଉକ୍ତ ଗ୍ରାମର ଏକ  ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ । ଉକ୍ତ ଗ୍ରାମର ପ୍ରଶାନ୍ତ ବେହେରାଙ୍କ ୧୧ ବର୍ଷୀୟ ନାବାଳକ ପୁଅ ଘରର ସଂକ୍ରାନ୍ତି ହୋମ ପାଉଁଶକୁ ଘର ପାଖ ପୋଖରୀକୁ ପକାଇବାକୁ ଯାଇଥିବା ସମୟରେ ପୋଖରୀରେ ବୁଡିଯାଇ ଏଭଳି ଦୁର୍ଘଟଣା ଘଟିଛି । ପରେ ଉକ୍ତ ନାବାଳକକୁ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଓ ଶବ ଵ୍ୟଵଛେଦ ନିମନ୍ତେ ଅଟକ ରହିଥିବା ଦେଖିବାକୁ ମିଳିଛି । ଏଭଳି ଅଘଟଣ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଦୁଃଖର ବାତାବରଣ ଖେଳିଯାଇଛି ।