ନାବାଳିକା ଝିଅର ପ୍ରେମ ସମ୍ପର୍କ ,ହତ୍ୟା କଲେ ପରିବାର ଲୋକ ।ନୟାଗଡ ରେ ଅନରକିଲିଂ ଅଭିଯୋଗ ରେ ତନା ଘନା
ଆରମ୍ଭ କରିଛି ପୋଲିସ୍ ।ପ୍ରଥମେ ନୟାଗଡରେ ମର୍ଡର ପରେ କନ୍ଧମାଳ ଜିଲ୍ଲାଫିରିଙ୍ଗିଆ ଜଙ୍ଗଲରେ ପୋତିଦେଇଥିଲେ ମୃତଦେହ ।ଏହି ଘଟଣା ରେ ଅଭିଯୁକ୍ତ ମାନେ ହେଉଛନ୍ତି ନାବାଳିକାଙ୍କ ପୀଉସା ପତିତ ପାବନ ପ୍ରଧାନ ଏବଂ ଦୁଇ ସମ୍ପର୍କୀୟ ଭାଇ ବିକାଶ ନିୟକ ଓ ଚିନ୍ମୟ ନାୟକ ।ନାବାଳିକାଙ୍କ ବାପା ଫେରାର୍ ଅଛନ୍ତି ।ତାଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି ପୋଲିସ୍ ।ସୋରଡା ଗାଁର ନାବାଳିକାଙ୍କୁ ହତ୍ୟା ପରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଜଙ୍ଗଲରେପୋତିଦିଆଯାଇଥିବା ବିଶେଷସୂତ୍ରରୁ ପୋଲିସକୁ ଖବର ମିଳିଥିଲା । କନ୍ଧମାଳ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜଙ୍ଗଲରୁ ମୃତଦେହ ବାହାର କରିଥିଲା ପୋଲିସ୍ ।ସାଇଣ୍ଟି ଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି ପୋଲିସ୍ ।ଏଠାରେ ଅନେକ୍ ପ୍ରଶ୍ନ ଉଠୁଥିବା ବେଳେ ,ପୋଷ୍ଟମର୍ଟମ ରିପୋର୍ଟ କୁ ପୋଲିସ୍ର ଅପେକ୍ଷା ।