ଗଞ୍ଜମ / ରଜନୀକାନ୍ତ ପାତ୍ର : ଗୋପାଳପୁର ଥାନା ପୋଲିସ ଏକ ମୋଟରସାଇକେଲ ଚୋରି ମାମଲାରେ ପଥରା ଛକରୁ ଜଣେ ନାବାଳକକୁ ଅଟକ ରଖିଛି। ଥାନାରେ ଜେରା କରିବା ପରେ ତାଙ୍କୁ ବାଳସୁଧାର ଗୃହକୁ ପଠାଇଛି ପୋଲିସ। ଅଭିଯୁକ୍ତ ନାବାଳକ ଘର ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶନଗର ବୋଲି ଜଣାପଡିଛି। ସୁଚନା ଅନୁଯାୟୀ ମୋଟରସାଇକେଲ ଚୋରି ମାମଲାରେ ପୋଲିସ ନାରାୟଣପୁର ଗ୍ରାମର ଶ୍ରୀଧର ବେହେରା ନାମକ ଜଣେ ଯୁବକଙ୍କୁ ଗିରଫ କରିବା ବେଳେ ଉକ୍ତ ନାବାଳକ ଜଣଙ୍କ ସେଠାରୁ ଚମ୍ପଟ୍ ମାରିଥିଲେ।