ରାକେଶ ଅସ୍ଥାନାଙ୍କ ନିଯୁକ୍ତି ବିରୋଧରେ ଦିଲ୍ଲୀ ବିଧାନସଭାରେ ପ୍ରସ୍ତାବ ପାରିତ

0

ନୂଆଦିଲ୍ଲୀ : (ରିପୋର୍ଟର୍ସ ଟୁଡେ) ରାକେଶ ଅସ୍ଥାନାଙ୍କ ନିଯୁକ୍ତି ବିରୋଧରେ ଦିଲ୍ଲୀ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନା ବିରୋଧରେ ଦିଲ୍ଲୀ ବିଧାନସଭାରେ ଏକ ପ୍ରସ୍ଥାବ ପାରିତ ହୋଇଯାଇଛି । ଅସ୍ଥାନା ଅବସର ଗ୍ରହଣ କରିବାର ତିନି ଦିନ ଦିନ ପୂର୍ବରୁ ତାଙ୍କୁ ଦିଲ୍ଲୀ ପୋଲିସ କମିଶନର ନିଯୁକ୍ତି ଦିଆଯାଇଛି । ଆପ୍ ବିଧାୟକ ସଞ୍ଜିବ ଝା ଙ୍କ କହିବା କଥା ଯେ ଏହି ନିଯୁକ୍ତି ଅସମ୍ବିଧାନିକ ଅଟେ । ୨୦୧୯ରେ ସୁପ୍ରିମକୋର୍ଟର ଏକ ରାୟ ଅନୁସାରେ ଡିଜିପି ପାହ୍ୟାର କୌଣସି ପଦରେ ଯଦି କେହି ଅଧିକାରୀ କେହି ନିଯୁକ୍ତି ପାଆନ୍ତି ତେବେ ତାଙ୍କର ଅବସର ନେବାର ସମୟ ୬ ମାସ ରହିଥିବା ଦରକାର ଯାହା ରାକେଶ ଅସ୍ଥାନାଙ୍କ କ୍ଷେତ୍ରରେ ଅନୁପାଳନ କରାଯାଇ ନାହିଁ । ଏହା ଉଚ୍ଚତମ ନ୍ୟାୟଳୟର ଅବମାନନା ଅଟେ । ୨୦୧୭ରେ ଅସ୍ଥାନା ବିରୋଧରେ ବିବାଦ ହେବା ସଂଙ୍ଗେ ସିବିଆଇର ମୁଖ୍ୟ ହେବା ନେଇ ସୁପ୍ରିମକୋର୍ଟ ମଧ୍ୟ ଏହା ଉପରେ ପ୍ରଶ୍ନ କରିଥିଲେ ।