ଭୁବନେଶ୍ୱର (ରିପୋର୍ଟର୍ସ ଟୁଡେ) : ଖୋ ଖୋ ହେଉଛି ଭାରତର ଏକ ପୂରାତନ ଖେଳ । ଏହି ଖେଳ ଦେଶ ବିଦେଶରେ ଲୋକପ୍ରିୟତା ହାସଲ କରିପାରିଛି । ଜାତୀୟ ଚମ୍ପିୟାନସିପରେ ଫାଇନାଲରେ ହାରିଯାଇଥିଲେ ଓଡିଶାରେ ମହିଳା ଟିମ । ସେହିଭଳି ଜାତିୟ ଚମ୍ପିୟାନସିପରୁ ମହାରାଷ୍ଟ୍ର ତଳେ ଥିଲେ ଓଡିଶା ପୁରୁଷ ଦଳ । ଖେଲୋ ଇଣ୍ଡିଆ ୟୁଥ ଗେମରେ ଓଡିଶା ମହିଳା ଦଳ ଦୁଇଟି ବ୍ରୋଞ୍ଜ ମେଡାଲ ମଧ୍ୟ ଜିତି ପାରିଛି । ଓଡିଶାର ଖେଳାଳି ନିଜର ଦକ୍ଷତାକୁ ସଠିକ ଓ ଦୃଢ ଭାବେ ପ୍ରତିପାଦନ କରି ପାରୁଥିବାରୁ ଖୋ ଖୋ ପାଇଁ ଏକ ଆଶା ଉଜ୍ଜୀବିତ ହୋଇପାରିଛି । ଏଥିପାଇଁ ଓଡିଶା ସରକାର , ଯୁବ କ୍ରୀଡା ବିଭାଗ ଓ ଓଡିଶା ଖୋ ଖୋ ଆସୋସିଏସନ ସହିତ ମିଶି ୧୮ ବର୍ଷରୁ କମ୍ ବୟସର ଖୋ ଖୋ ଖେଳ ପାଇଁ ଆଗ୍ରହୀ ଖେଳାଳୀ ମାନଙ୍କ ପାଇଁ ଟ୍ରେନିଂ କ୍ୟାମ୍ପ କରାଯାଇଛି । ଏହି ଟ୍ରେନିଂ ପ୍ରକ୍ରିୟାରେ ୩୩ ଜଣ କୋଚ ସହିତ ୧୬ ଟି ଜିଲ୍ଲାରେ ଟ୍ରେନିଂ ଆରମ୍ଭ ହୋଇ ଯାଇ ଅଛି । ଖେଳାଳି ମାନଙ୍କର ଫିଟନେସ ଟେଷ୍ଟକୁ ସେନା ବିଭାଗର ଜଣେ ବରିଷ୍ଠ ଅଧିକାରୀ ତଦାରଖ କରିଥିଲେ ।