ଭୁବନେଶ୍ୱର : ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୋଲିସର ବୈଠକ | ବ୍ଲୁ ବୁକ SOP ଅନୁସାରେ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଇଛି | ରୁଟ ଲାଇନିଂ, ନାଇଟ ଗାର୍ଡ, ଚୋପର ଗାର୍ଡ ଓ ରୁଫ ଟଫରେ ମୁତୟନ ରହିବେ ସୁରକ୍ଷା କର୍ମୀ | ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମ ଥିବା ସ୍ଥାନ ଗୁଡିକର ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଜଣେ ଜଣେ ଅତିରିକ୍ତ ଡିସିପି ରାଙ୍କ ଅଫିସର ରହିବେ |
ରାଜଭବନରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି | ଏଣ୍ଟ୍ରି ଓ ଏକ୍ସଜିଟି ପଏଣ୍ଟ ସିସିଟିଭି ସର୍ଭିଲାନ୍ସରେ ରଖାଯାଇଛି | ରାଷ୍ଟ୍ରପତିଙ୍କ କାରକେଡ଼ ଇନଚାର୍ଜ ରହିବେ ଜଣେ ଏସ.ପି ରେଙ୍କ ଅଫିସର | ଆଜି ଫୁଲଡ୍ରେସ ରିହରସେଲ ସହ କାରକେଡ଼ ରିହରସେଲ ହବ |
ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ୧୪ ଜଣ ଅତିରିକ୍ତ ଡିସିପି ରାଙ୍କର ଅଫିସର, ୩୫ ଜଣ ଏ.ସି.ପି ରାଙ୍କ ଅଫିସର, ୪୭ ଜଣ ଇନ୍ସପେକ୍ଟର, ୧୮୮ ଏସ.ଆଇ ଓ ଏ.ଏସ.ଆଇ ରେଙ୍କ ଅଫିସର ସହ ୫୦ ହୋମଗାର୍ଡ ରହିବେ | ମୋଟ ୪୦ ପ୍ଲାଟୁନ ଫୋର୍ସ ସୁରକ୍ଷା ପାଇଁ ରହିବେ | ରାଷ୍ଟ୍ରପତିଙ୍କ ଲିଙ୍ଗରାଜ ଦର୍ଶନ ସମୟରେ ଅଧଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ |