ବୈତରଣୀ ନଦୀରେ ଫସିଲା ଯାତ୍ରୀ ବାହୀ ଲଞ୍ଚ, ଅଳ୍ପକେ ବର୍ତିଲେ ୧୦ ଯାତ୍ରୀ

0

ଚାନ୍ଦବାଲି/ ବିଜୟ କୁମାର :  ନଦୀ ମଝିରେ ଫସିଲା ଯାତ୍ରୀ ବାହି ଲଞ୍ଚ  । ଅଧିକ ପବନ ବହିବାରୁ ବୈଈତରଣୀ ନଦୀର ଶାଗୁଣା ଆଡିଆ ଘାଟରେ ଫସି ଗଲା ଯାତ୍ରୀ ବାହୀ ସାଳନ୍ଦୀ ଲଞ୍ଚ।  ଅଳ୍ପକେ ବର୍ତିଲେ ୧୦ ରୁ ଉର୍ଦ୍ଧ ଯାତ୍ରୀ।

ସୂଚନା ଅନୁଯାୟୀ , ତାଳଛୁଆରୁ ଯାତ୍ରୀ ନେଇ ଚାନ୍ଦବାଲି ଫେରୁଥିଲା ସାଳନ୍ଦୀ ଲଞ୍ଚ  ଅଧିକ ପବନ ହେବା କାରଣରୁ ଲଞ୍ଚ ଚାଳକ ଭାରସାମ୍ୟ ହରାଇ ଲଞ୍ଚ ଟିକୁ ଶୁଖିଲାରେ ଲଗାଇ ଦେଇଥିଲା। ତେବେ ଲଞ୍ଚଟି ଦୀର୍ଘ ସମୟ ଧରି ଅଟକି ରହିବା ପରେ ଅନ୍ୟ ଏକ ବୋଟ ମାଧ୍ୟମରେ ଜଳ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଫସି ରହିଛି ସାଳନ୍ଦୀ ଲଞ୍ଚ  ।