ଢେଙ୍କାନାଳ: ହୁତୁ ହୁତୁ ହୋଇ ଜଳିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଢେଙ୍କାନାଳ ୫୫ନଂ ଜାତୀୟ ରାଜପଥ ସୂର୍ଯ୍ୟ ପେଟେଆଲ ପମ୍ପ ଆଗରେ ଘଟିଛି ଏଭଳି ଘଟଣା । ପ୍ରିୟାଶୀ ନାମକ ଏକ ଯାତ୍ରୀବାହି ବସ ତାଳଚେରରୁ ଭୁବନେଶ୍ୱର ଯାଉଥିବା ବେଳେ ହଠାତ ଦିଆଁ ଲାଗିଯାଥିଲା । ବସ ଡ୍ରାଇଭର ତୁରନ୍ତ ଗାଡି ଅଟକାଇ ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇ ଦେଇଥିଲେ । ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି । ବସଟଇ ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିଥିବା କୁହାଯାଉଛି । ତେବେ ନିଆଁ ଲାଗିବାର କାରଣ ଏବେବି ଅସ୍ୱଷ୍ଟ ରହିଛି ।