ବ୍ୟୁରୋ : ମାଟି ଖୋଳୁ ଖୋଳୁ ବାହାରିଲା ପୁଳାପୁଳା ଟଙ୍କା ଓ ସୁନା। ଆଶ୍ଚର୍ଯ୍ୟ ମାନେ ହେଉଥିଲେ ବି କଥାଟି ଏକଦମ ସତ, କୋରାପୁଟ ନାରାୟଣପାଟଣା ବ୍ଲକ କେଲୁବାଡ଼ି ଗାଁର ୭୦ ବର୍ଷୀୟ ସୀତାରାମ ମେଲେକା ମାଟି ତଳେ ନିଜର ଗଛିତ ଟଙ୍କା ସୁନା ପୋତିଥିଲେ। କିନ୍ତୁ ଏବେ ସେ ଇହଧାମ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ମାଟି ଖୋଳି ଟଙ୍କା ବାହାର କରିଛନ୍ତି। ସବୁ ଟଙ୍କା ଗୁଡିକୁ ଉଇ ଖାଇଯାଇଥିବା ବେଳେ କିଛି ନଷ୍ଟ ହୋଇଯାଇଛି । ତେବେ ସେହି ଜମା ଟଙ୍କାର ମୂଲ୍ୟ ହଜାରେ କି ୨ହଜାର ନୁହେଁ ପ୍ରାୟ ଏକ ଲକ୍ଷରୁ ଅଧିକ ଟଙ୍କା ସେ ମାଟି ତଳେ ଗଛିତ ରଖିଥିଲେ । ୧୧ ଗ୍ରାମରୁ ଅଧିକ ସୁନା ମଧ୍ୟ ମାଟି ତଳେ ପୋତିଥିଲେ ସୀତାରାମ । ତେବେ ତାଙ୍କ ସମ୍ପର୍କୀୟ ନଗଦ ୩୨ ହଜାର ଟଙ୍କା ପାଇଥିବା ବେଳେ ଅବଶିଷ୍ଟ ଟଙ୍କା ମାଟିତଳେ ରହିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।