ରବିନ୍ଦ୍ର କୁମାର ସାହୁ/ ବିଷମ କଟକ: ଗାଧୋଇବାକୁ ଯାଇ ଜଣେ ନିଖୋଜ । ଉପର ଗଡଗଦା ଜଳପ୍ରପାତକୁ ଚାରି ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ସେମାନଙ୍କ ଭିତରୁ ଜଣେ ନିଖୋଜ । ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଚାଟିକଣା ଉପର ଜଳପ୍ରପାତକୁ ଚାରିସାଙ୍ଗ ମଧ୍ୟରୁ ଜଣେ ଯୁବକଙ୍କ ସନ୍ଧାନ ମିଳିନାହିଁ । ସୂଚନା ଅନୁଯାଇ ଆଜି ଚାରିସାଙ୍ଗ ଗାଧେଇବା ପାଇଁ ଚାଟିକଣା ଉପର ଜଳ ପ୍ରପାତକୁ ଯାଇଥିଲେ ଗାଧେଇବା ସମୟରେ ଗଭିର ସ୍ରୋତରେ ଜଣେ ଭାସିଯାଇଥିଲେ। ହଜିଯାଇଥିବା ଯୁବକ ଜଣକ ଗୁଣୁପୁର ଅଞ୍ଚଳର ସୋରଜ୍ ବୋଲି ଜଣା ପଡ଼ିଛି । ବିଷମ କଟକ ଦମକଳ ବାହୀନି ଘଟଣା ସ୍ଥଳରେ ପହଞ୍ଚି ସୋରଜଙ୍କୁ ଖୋଜୁଥିବା ଜଣାପଡିଛି ।