(ସେଖ ଫାଇଜାନ କାଦରୀ / ଭଦ୍ରକ): ଭଦ୍ରକ ଧାମନଗରଠାରେ ଗୋରୁ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ । ଘଟଣାସ୍ଥଳରେ ୫ଗୋରୁ ମୃତ । ସୂଚନାଅନୁଯାୟୀ,ଭଦ୍ରକରୁ ଏକ ପିକଅପ ଭ୍ୟାନ ଯୋଗେ ବେଆଇନ ଭାବେ ଗୋରୁଙ୍କୁ ଧାମନଗର ନିଆଯାଉଥିଲା। ଏହି ସମୟରେ ଭଦ୍ରକ-ଧାମନଗର ରାସ୍ତାର ଭଣ୍ଡାରୀ ପଦି ଛକ ନିକଟରେ ପିକଅପ ଭ୍ୟାନଟି ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତାକଡ଼କୁ ଓଲଟି ପଡିଥିଲା । ଫଳରେ ସେଥିରେ ଥିବା ୫ ଟି ଗୋରୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ୫ ଗୋରୁଙ୍କ ମଧ୍ୟରୁ ୩ ଟି ଷଣ୍ଢ ଓ ୨ ଟି ଗାଈ ଥିବା ସୂଚନା ମିଳିଛି । ଜୀବିତ ଥିବା ଗୋରୁ ଗୁଡିକ ଘଟଣାସ୍ଥଳରୁ ପଳାଇଯାଇଛନ୍ତି । ଘଟଣାସ୍ଥଳରୁ ଗାଡି ଚାଳକ ଫେରାର ହୋଇଯାଇଛି । ଏନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ଥିର ହୋଇଥିଲା ।