ନକ୍ସଲ ନାଁରେ ଟଙ୍କା ଆଦାୟ କରୁଥିଲେ କନେଷ୍ଟବଳ

0

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ନକ୍ସଲ ନାଁରେ ଚାନ୍ଦା ଆଦାୟ କରୁଥିବା ବେଳେ ଧରା ପଡିଲେ କନେଷ୍ଟବଳ । ଗିରଫ କନେଷ୍ଟବଳ ଜଣକ ହେଉଛନ୍ତି ଜି,ଶ୍ରୀକାନ୍ତ । ସେ ଜଣେ ଡିଭିଏଫ ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଜି.ଶ୍ରୀକାନ୍ତ ନିଜକୁ ନକ୍ସଲର ପରିଚୟ ଦେଇ ଜୟପୁର ଅଂଚଳର ଶବନ କୁମାର ମହାନ୍ତି ନାମକ ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ । ଜି.ଶ୍ରୀକାନ୍ତ ଜଣେ ଡିଭିଏଫ କନେଷ୍ଟବଳ ଜାଣିବା ପରେ ଶବନ ବିଷମକଟକ ଥାନାରେ ଏତଲା ଦେଇଥିଲେ । ଏନେଇ ପୋଲିସ ତାଙ୍କୁ ଗିରଫ କରିଥିଲେ । ଗିରଫ ପରେ ଶ୍ରୀକାନ୍ତଙ୍କ ନିକଟରୁ ଏକ ନାଇନ ଏମଏମ ପିସ୍ତଲ, ୨୪ ରାଉଣ୍ଡ ଗୁଳି ସହ ୩ଟି ମୋବାଇଲ ଏବଂ ଏକ ସ୍କୁଟି ଜବତ କରାଯାଇଛି । ପ୍ରକାଶ ଯେ ଗତ ୧୮ ତାରିଖ ଦିନ ଜି.ଶ୍ରୀକାନ୍ତ ମୁହଁରେ କପଡା ଘୋଡାଇ ଶବନଙ୍କ ସୁପରଭାଇଜରଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିବା ସହ ଧମକ ମଧ୍ୟ ଦେଇଥିଲେ ।ଏହାସହ ଶବନଙ୍କୁ ଫୋନ କରି ଟଙ୍କା ମାଗିଥିଲେ । ଏନେଇ ଶବନ ସେପ୍ଟେମ୍ବର ୫ ତାରିଖରେ ଥାନାରେ ଏତଲା ଦେବାରୁ ଘଟଣା ସାମ୍ନାକୁ ଆସିଥିଲା ।