ଗଜପତିରେ ସୁଧୁରୁନି ରାସ୍ତା ଘାଟ ସମସ୍ୟା,ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା

0

ଗଜପତି: (ବିବେକାନନ୍ଦ ବେହେରା) ଗଜପତି ଜିଲ୍ଲାରେ ଏବେ ମଧ୍ୟ ରାସ୍ତା ଘାଟ ସମସ୍ୟା ଲାଗି ରହିଛି।ଏବେବି ଜିଲ୍ଲା ରେ ଅପହଞ୍ଚ ଇଲାକା ରହିଥିବା ବେଳେ ଜିଲ୍ଲା ସଦର ମହକୁମା ଠାରୁ ପାଖାପାଖି 10 କିଲୋମିଟର ଦୂରରେ ଥିବା ଗୁମ୍ମା ବ୍ଳକ ଅନ୍ତର୍ଗତ ତରଙ୍ଗଡା ପଞ୍ଚାୟତର ସିତାନଗର ଗ୍ରାମକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଟିଏ ନଥିବା ଜଣା ପଡ଼ିଛି। ଜଣେ ଗର୍ଭବତୀ ମହିଳା ଷ୍ଟ୍ରେଚରରେ  ବୁହା ହୋଇଥିବା ଜଣା ପଡ଼ିଛି। ଜଣେ ଗର୍ଭବତୀ ମହିଳା ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ସେଠାକାର ଆଶା ଦିଦି108 ଆମ୍ବୁଲାନ୍ସ କୁ  ଡକାଇଥିଲେ ମଧ୍ୟ 108 ଆମ୍ବୁଲାନ୍ସ ଟି ଗ୍ରାମ ଠାରୁ  ତିନି ,ଚାରି କିଲୋମିଟରର ଦୂରରେ  ରାସ୍ତା ନ ଥିବାରୁ ଅଟକି ରହିଥିଲା। ଫଳରେ ଗର୍ଭବତୀଙ୍କ ପରିବାର ଲୋକ ଆମ୍ବୁଲାନ୍ସ କର୍ମଚାରୀମାନେ ଓ ଗ୍ରାମବାସୀ   ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ କାଦୁଅ ରାସ୍ତାରେ ଚାଲି ଚାଲି ତିନି ଚାରି କିଲୋମିଟର ଦୂରରେ ଥିବା  ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ। ଏହା ପରେ ଗର୍ଭବତୀଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି କାଳୀନ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଜିଲ୍ଲା ସଦର ମହକୁମା ଠାରୁ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଏପରି ଅବସ୍ଥା ତେବେ ଜିଲ୍ଲାର ଦୁର୍ଗମ ଅଞ୍ଚଳର ଅବସ୍ଥା କିପରି ଥିବ ତାହା ସହଜରେ ଅନୁମେୟ ।