ଅନୁଷ୍ଠିତ ହେଲା ଫିରିଙ୍ଗିଆ ପ୍ରେସ କ୍ଳବର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

0

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବିଜୁ କଲ୍ୟାଣ ମଣ୍ଡପ ଠାରେ ଫିରିଙ୍ଗିଆ ପ୍ରେସ କ୍ଳବ ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି I କ୍ଳବ ର ସଭାପତି ଉତ୍ତମ ଖମାରି ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ କ୍ଳବ ର ମୁଖ୍ୟ ଉପଦେଷ୍ଟା ମହାଦେବ ସାହୁ, ଶରତ କୁମାର ମିଶ୍ର, ଅକ୍ଷୟ କୁମାର ନାଏକ ଙ୍କ ସହ ସମ୍ପାଦକ ଲାଲମୋହନ କହଁର, କୋଷାଧକ୍ଷ ସୁବ୍ରତ କୁମାର ମହାନ୍ତି, ସହ ସମ୍ପାଦକ ହେମନ୍ତ ନାୟକ, ଉପସଭାପତି ସୁଶାନ୍ତ ଦିଗାଲ, ସଂଯୋଜକ ହୂରଞ୍ଜନ ସେଠି, ବରିଷ୍ଠ ସାମ୍ବାଦିକ ମୋହନ ଦିଗାଲ, ସଞ୍ଜୟ କୁମାର ସାହୁ  ଙ୍କ ସହ କ୍ଳବ ର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ I ଏହି ଅବସରରେ ଫିରିଙ୍ଗିଆ ରେ କାର୍ଯ୍ୟରତ ଚାରିଜଣ ସାମ୍ବାଦିକ ଶ୍ରବଣ ଦିଗାଲ, ବିମଲ କୁମାର ଦିଗଲ, ଜିଲ୍ଲା ପାରମ୍ପରିକ କଳାକାର ସଙ୍ଘ ର ସଭାପତି ତଥା ନୂତନ ଭାବରେ ସାମ୍ବାଦିକତା କରୁଥିବା ସାମ୍ବାଦିକ ଅକ୍ଷୟ କୁମାର କର୍ଣ ଓ ନରେଶ କହଁର ଅନୁଷ୍ଠାନିକ ଭାବରେ ପ୍ରେସ କ୍ଳବ ରେ ସାମିଲ ହୋଇଥିବା ବେଳେ ସେମାନଙ୍କୁ କ୍ଲବ ର ବରିଷ୍ଠ ସଦସ୍ୟ ମାନେ ଫୁଲତୋଡ଼ା ଓ ଉପଢୁକନ ଦେଇ ସାମର୍ଦ୍ଧନା ଜ୍ଞାପନ କରାଯାଇଥିଲା I ପରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଥିବା ବେଳେ ପ୍ରେସ କ୍ଲବ କୁ କିଭଳି ଭାବରେ ସୁଦୃଢ କରାଯିବ, ସାମ୍ବାଦିକ ମାନଙ୍କ ସୁରକ୍ଷା ଓ କ୍ଲବ ର ବାର୍ଷିକ ଉତ୍ସବ ବିଷୟରେ ଆଲୋଚନା ହୋଇଥିଲା I କାର୍ଯ୍ୟକ୍ରମ  ଶେଷରେ କ୍ଲବ ର କୋଷାଧକ୍ଷ ସୁବ୍ରତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟ୍ୟରେ ମୃତ୍ୟୁଞ୍ଜୟ ଦିଗଲ, ସୁନାସିର ଦିଗାଲ, ଭ୍ରମର ନାୟକ,ବାବୁଲି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I