ରାଇରଙ୍ଗପୁର/ସତ୍ୟାନାରୟଣ ପାଲ: ବାମନଘାଟୀ ଉପଖଣ୍ଡକୁ ସ୍ବତନ୍ତ୍ର ରାଇରଙ୍ଗପୁର ଜିଲ୍ଲା ଗଠନ ଆନ୍ଦୋଳନ ନେଇ ଆଜି ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଇରଙ୍ଗପୁର ଓକିଲ ସଂଘର ସଭାପତି ଅକ୍ଷୟ ମହାନ୍ତିଙ୍କ ସଭାପତିତ୍ବରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆସନ୍ତା ଏପ୍ରିଲ ୧୦ ତାରିଖ ଦିନ ବାମନଘାଟୀ ଉପଖଣ୍ଡକୁ ସଂପୁର୍ଣ୍ଣ ଭାବେ ଵାରଘଣ୍ଟିଆ ବନ୍ଦ କରିବା ପୂର୍ବ ନିଷ୍ପତ୍ତିକୁ ପାଳନ ପାଇଁ ଆହ୍ବାନ ଦିଆଯାଇଥିଲା । ଏଥିପାଇଁ ସବୁ ବ୍ଲକରେ ବ୍ଳକ ଅଧ୍ୟକ୍ଷ, ସ୍ଥାନୀୟ ସର୍ବଦଳୀୟ ନେତୃବୃନ୍ଦକୁ ବନ୍ଦକୁ କିଭଳି ସଫଳ କରିବେ ଦାୟିତ୍ଵ ଦିଆଯାଇଥିଲା । ସବୁ ବ୍ଲକରେ ବୈଠକ, ପଥପ୍ରାନ୍ତ ସଭା, ବାନର ପୋଷ୍ଟର , ଡ଼ାକବାଜି ଯନ୍ତ୍ର ଦ୍ବାରା ସମସ୍ତଙ୍କୁ ସଚେତନତା ବାର୍ତା ଦେବାପାଇଁ ନିଷ୍ପତ୍ତି ହୋଇଥିଲା । ଆଜିର ବୈଠକରେ ସ୍ଵତଃସ୍ପୃତ ଭାବରେ ବହୁ ସଂଖ୍ୟାରେ ବିଭିନ୍ନ ସଂଗଠନ ତରଫରୁ କର୍ମକର୍ତ୍ତାବୃନ୍ଦ, ବିଭିନ୍ନ ରାଜନୈତିକ ଦଳର ନେତୃ ବୃନ୍ଦ ଗଣମାଧ୍ୟମ ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି, ସାମାଜିକ କର୍ମୀ, ସ୍ବେଛାସେବୀ, ବଣିକ ସଂଘ, ମୋଟରକର୍ମଚାରୀ ସଂଘ, ରୋଟାରୀ କ୍ଲବ, ଲେଖକ, କବି, ସଚେତନ ନାଗରିକ, ବରିଷ୍ଠ ନାଗରିକ ସଂଘ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ସକରାତ୍ମକ ମତ ଉପସ୍ଥାପନା କରିଥିଲେ । ବୈଠକରେ ବରିଷ୍ଠ ନାଗରିକ ସଂଘ ସଭାପତି ରସାନନ୍ଦ ଲେଙ୍କା, ଵର୍ଷିଆନ ସମାଜସେବୀ ମନୋରଞ୍ଜନ ମହାନ୍ତି, ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି, ବିଜେପି ରାଜ୍ୟ ସଂପାଦକ ନବୀନ ରାମ , ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର, ସଂଜୀବ ମହାନ୍ତି, ଗ୍ରାମୀଣ ଶକ୍ତି ବିଭାଗ ଉପଦେଷ୍ଟା ଦିପ୍ତୀମାନ ବଳ, ତିରିଂଵ୍ଳକ ଅଧ୍ୟକ୍ଷ ପରମେଶ୍ଵର ସାମାଦ, ଜଲେନ ନାଏକ, ଡ଼୍ରାଇଭର ସଂଘ ସଭାପତି ପିଣ୍ଟୁ ସର୍ଦାର, ଗୋରୁମହିଷାଣୀ ଶ୍ରମିକ ନେତା ଲକ୍ଷ୍ମଣ ଟୁଡୁ, ଲାଲବାବୁ ସାହୁ, ଅଧ୍ୟାପକ ବିଜୟ ରାମ, ରୋଟାରୀଆନ ଅରବିନ୍ଦ ବାଗାଡିଆ, ସାମ୍ବାଦିକ ସୁଜିତ ପଟ୍ଟନାୟକ, ଅକ୍ଷୟ ବିଶ୍ବାଳ, ସତ୍ୟ ନାରାୟଣ ପାଲ, ମେଘନାଦ ହେମ୍ବ୍ରମ, ନୀରଜ ସାହୁ, ରାଜା ବରାଳ, ଦୀପୁ ବଳ ସମେତ ବହୁ ନୂତନ ଜିଲ୍ଲା ସମର୍ଥନ କାରୀ ସାମିଲ ହୋଇଥିଲେ ।ଶେଷରେ ସମାଜସେବୀ କାଳୀପ୍ରସନ୍ନ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।