ବାଙ୍ଗର ଜେଲରେ ଜଣେ କଏଦୀଙ୍କ ମୃତ୍ୟୁ

0

ପୁରୀ/ଜୟନ୍ତ କୁମାର ସେଠି : ପୁଣି ପୁରୀ ଜିଲ୍ଲା ମୁଖ୍ୟ କାରାଗାର ବାଙ୍ଗର ଜେଲରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି। ଦେହ ଅସୁସ୍ଥ କାରଣରୁ କଏଦୀ ଜଣକ ମୃତ୍ୟୁବରଣ କରିଛନ୍ତି। ମୃତ କଏଦୀ ଜଣକ କଣାସ ଥାନା ଅନ୍ତର୍ଗତ ବଳାଜିତପୁରର ବିଶ୍ବନାଥ ବଳିୟାର ସିଂହ। ଗତ ୧୬ ଜୁଲାଇ ୨୦୨୨ ରେ ଏକ ହତ୍ୟା ଘଟଣାରେ ବିଶ୍ଵନାଥଙ୍କ ସହ ୨୨ ଜଣ ଅଭିଯୁକ୍ତ ଜେଲ୍ ଯାଇଥିଲେ। ଗତ କିଛି ଦିନ ହେବ ବିଶ୍ଵନାଥଙ୍କ ଶରୀର ଅସୁସ୍ଥ ଥିବାବେଳେ ଆଜି ଗୁରୁତର ଅବସ୍ଥାରେ ତାଙ୍କୁ ଜେଲ୍ କର୍ମଚାରୀ ମାନେ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ହେଁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ମୃତ କଏଦୀଙ୍କ ପରିବାର ଲୋକେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଥିବାବେଳେ ପେଟ ଯନ୍ତ୍ରଣା ଯୋଗୁଁ ବିଶ୍ଵନାଥଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଝିଅ କହିଛନ୍ତି। ତେବେ ଗାଁ ରେ ଗଛ କଟା ଘଟଣାକୁ କେନ୍ଦ୍ରକରି ବିଶ୍ଵନାଥଙ୍କ ସହ ୨୨ ଜଣ ମିଶି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ।

ପୁରୀ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଗତ ୬ ମାସ ହେବ ବିଶ୍ଵନାଥ ପେଟରେ ଯନ୍ତ୍ରଣା ପୀଡ଼ିତ ଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ଗତ ଦୁଇ ମାସ ତଳେ ଜଣେ କଏଦୀ ଙ୍କ ର ମୃତ୍ୟୁ ମଧ୍ଯ ହୋଇ ଥିଲା । ତେବେ ଜେଲ୍ ଉପଯୁକ୍ତ ଚିକିତ୍ସା ସୁବିଧା ନ ଥିବାରୁ ତଙ୍କର ମୃତ୍ୟୁ ହୋଇ ଥିବା ଅଭିଯୋଗ ହୋଇ ଥିଲା। ପୁଣି ଜଣେ କଏଦୀ ମୃତ୍ୟୁ ପରେ ପୁରୀ ଜିଲା ମୁଖ୍ୟ କାରାଗାର ରେ ଉପଯୁକ୍ତ ଚିକିତ୍ସା ହେଉ ନ ଥିବା କଥା କୁହାଯାଉଛି। ତେବେ ଜେଲ୍ ରେ କଏଦୀ ଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଉପଯୁକ୍ତ ବ୍ୟବସ୍ଥା ସହ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା ହେବାର ଆବଶ୍ୟକତା ଥିବା ମତ ପ୍ରକାଶ ପାଇଛି।