ଗୋପ(ଜୟନ୍ତ କୁମାର ସେଠୀ)– ପୁରୀ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଏବଂ ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର।ବିଶ୍ୱାସ ରହିଛି, ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ହେଲେ ମନୁଷ୍ୟର ମୋକ୍ଷ ପ୍ରାପ୍ତି ହୋଇଥାଏ। ସେଇଥିପାଇଁତ ଅନେକ ନିଜର ମୃତ୍ୟୁପରେ ତାଙ୍କର ଶବକୁ ପୁରୀ ସ୍ୱର୍ଗଦ୍ୱାରରେ ସଂସ୍କାର କରିବା ପାଇଁ ଅଭିଳାଷ ରଖିଥାନ୍ତି। ପୁରୀର ଏହିସ୍ୱର୍ଗଦ୍ୱାର ପାଖରେ ଜିଲ୍ଲାପ୍ରଶାସନ ସହଯୋଗରେ ଓଡ଼ିଶା ପର୍ୟ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଏକଶୁଦ୍ଧ ନିରାମିଷ କାଫେ ଟେରିଆ ଖୋଲାଯାଇଚି।ପବିତ୍ର ଉତ୍କଳ ଦିବସ ଅବସରରେ ଏହି ଶୁଦ୍ଧ ନିରାମିଷ କାଫେ ଟେରିଆକୁ ଆଜି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଲୋକାର୍ପଣ କରିଛନ୍ତି।ସମୁଦ୍ର ବେଳା ଭୂମିବୁଲି ଆସୁଥିବା ଲୋକମାନେ ଏହି କାଫେ ଟେରିଆ ରେଜଳପାନ କରିବାର ସୁଯୋଗ ନେଇପାରିବେ। ସେହିପରି ନିଜ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର ପାଇଁ ସ୍ୱର୍ଗଦ୍ୱାର ଆସୁଥିବା ଲୋକମାନେମଧ୍ୟ ଏହି କାଫେ ଟେରିଆ ଦ୍ୱାରା ବିଶେଷ ଭାବେ ଉପକୃତ ହୋଇପାରିବେ।, ଆଜି ଏହି କାଫେ ଟେରିଆକୁ ମିଶାଇଲେ ଶ୍ରୀଜଗନ୍ନାଥଧାମ ପୁରୀସହରରେ ଓଟିଡିସି ନିଜର ଚତୁର୍ଥ ୟୁନିଟ୍ଖୋ ଲିବାରେ ସକ୍ଷମ ହୋଇଛି।ଏଠାରେ ସୁଲଭ ଦରରେ ଶୁଦ୍ଧ ନିରାମିଷ ଜଳପାନର ସୁବିଧାମିଳିବ।ପୂର୍ବରୁ ମୁଖ୍ୟମନ୍ତ୍ରୀ ସ୍ଵର୍ଗଦ୍ୱାରର ବିକାଶ ପାଇଁ ୫ କୋଟି ଟଙ୍କା ଅନୁଦାନ ଦେଇଥିଲେ।ଉକ୍ତ ଅର୍ଥରେ ସ୍ୱର୍ଗଦ୍ୱାରର ନବୀକରଣସହ ମୃତପରିଜନଙ୍କ ବସିବାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାସହ ଶୌଚାଳୟ , ପାନୀୟଜଳବ୍ୟବସ୍ଥାହୋଇଛି।