ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ସେମାଳା ଗୁଡା ଗାଁରୁ ଅଜଗର ସାପ ଉଦ୍ଧାର। ସୂଚନା ଅନୁଯାୟୀ , ସେମଳା ଗୁଡା ଗାଁର ନାଳରେ ଏକ ୭ ଫୁଟର ଅଜଗର ସାପ ଯିବାର ଦେଖିଥିଲେ କିଛି ଗ୍ରାମବାସୀ।ସଙ୍ଗେ ସଙ୍ଗେ ଗାଁ ଲୋକେ ଏକାଠି ହୋଇ ଥିଲେ। କିଛି ଯୁବକ ସାପଟିକୁ ଉଦ୍ଧାର କରି ବନ ବିଭାଗ କୁ ଖବର ଦେଇଥିଲେ। କିନ୍ତୁ ବନବିଭାଗ କର୍ମଚାରି ପହଂଚିବା ପୂର୍ବରୁ ଗ୍ରାମ ବାସି ସୁରକ୍ଷିତ ଭାବେ ସାପଟିକୁ ନିକଟରେ ଥିବା ଜଙ୍ଗଲରେ ଛାଡିଦେଇ ଥିବା ସୂଚନା ।ସାପଟି ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଛି ବୋଲି ଅନୁମାନ କରାଯାଉଛି।ସାପ ଦେଖିବାକୁ ଗାଁ ରେ ପ୍ରବଳ ଭିଡ ଦେଖିବାକୁ ମିଳିଛି।ଅଜଗର ସାପଟିର ଓଜନ ପାଖାପାଖି ୩୦ କିଲୋ ରହିଛି।