ବିବିସି କାର୍ୟ୍ୟାଳୟରେ ଆଇଟି ବିଭାଗର ଚଢାଉ

0

ନୂଆଦିଲ୍ଲୀ : ଦ୍ୱିତୀୟ ଦିନରେ ଜାରି ରହିଛି ଚଢାଉ । ବିବିସି କାର୍ଯ୍ୟାଳୟରେ ବୁଧବାର ଆୟକର ବିଭାଗ ପକ୍ଷରୁ ଚଢାଉ ହୋଇଥଲା ଯାହା ଆଜି ମଧ୍ୟ ଜାରି ରହିଛି । ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ କାର୍ୟ୍ୟାଳୟରେ ଚାଲିଛି ଏହି ଚଢାଉ। ଗତକାଲି ୧୨ଟାରୁ ବିବିସି କାର୍ୟ୍ୟାଳୟରେ ଚାଲିଛି ଚଢାଉ। ପ୍ରାୟ ୬୦ ରୁ ୭୦ ଜଣ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ଯାଞ୍ଚ କରୁଛି। ଗଣମାଧ୍ୟମ ରିପୋର୍ଟ ଅନୂଯାୟୀ ବିବିସିର କାର୍ୟ୍ୟାଳୟକୁ ସିଲ୍ କରାଯାଇଥିବା ବେଳେ ସମସ୍ତ କର୍ମଚାରୀଙ୍କ ଫୋନ୍ ଜବତ କରାଯାଇଥିଲା । ୬୦-୭୦ ସଦସ୍ୟଙ୍କୁ ନେଇ ଆୟକର ବିଭାଗ ଟିମ୍ ବିବିସି କାର୍ୟ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। କାର୍ୟ୍ୟାଳୟ ଭିତରକୁ ଓ ବାହାରକୁ ଯିବାକୁ ମଧ୍ୟ ରୋକ୍ ଲଗାଯାଇଛି। ଅନ୍ୟପକ୍ଷରେ ବିବିସିରେ ଆୟକର ବିଭାଗ ଚଢାଉ ଖବର ପାଇବା ପରେ କଂଗ୍ରେସ ଦଳ ସରକାରଙ୍କ ଉପରେ ବର୍ଷିଛି। କଂଗ୍ରେସ ଟ୍ୱିଟ୍ କରି କହିଥିଲା, ପ୍ରଥମେ ସେମାନେ ବିବିସିର ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ ବର୍ତ୍ତମାନ ଆୟକର ବିଭାଗ ବିବିସି ଉପରେ ଚଢାଉ କରିଛି। ଏହା ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ହୋଇପଡିଛି ।