ଓପିଲିପି କାର୍ଯ୍ୟକ୍ରମକୁ ପୁନଃ ଚାଲୁ କରିବା ପାଇଁ ଡଙ୍ଗରିଆ କନ୍ଧ ଜନଜାତିଙ୍କ ଜିଲ୍ଲାପାଳଙ୍କୁ ନିଵେଦନ

0

ବିଷମ କଟକ/ରବିନ୍ଦ୍ର କୁମାର ସାହୁ:ଓଡିଶା ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ କୁ ପୁନଃ ଚାଲୁ କରିବା ପାଇଁ ନିଵେଦନ। ବିଷମକଟକ ଠାରେ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କୁ  ଡଙ୍ଗରିଆ କନ୍ଧ ଜନଜାତି ଙ୍କ ଏକ ପ୍ରତିନିଧି ଦଳ ନିବେଦନ କରିଛନ୍ତି। ଡଙ୍ଗରିଆ କନ୍ଧ ଜନଜାତି ଙ୍କ କହିବା ମୁତାବକ ସ୍ଵାଧୀନତାର ଦୀର୍ଘ ୭୭ ବର୍ଷ ପରେ ମଧ୍ୟ ଆମ୍ଭେ ଆମ୍ଭର ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିଛୁ। ପୂର୍ବପେକ୍ଷା ଆମ୍ଭମାନଙ୍କର ଚାଲି ଚଳଣୀ ଜୀବନ ଜୀବିକା , ଶିକ୍ଷା, ଗମନାଗମନ ଇତ୍ୟାଦିରେ ବ୍ୟାପକ ପରିବର୍ତ୍ତନ ଆସିଛି ।ସେଥିପାଇଁ ସରକାର ଏବଂ ଜିଲ୍ଲା ପ୍ରଶାସନ କୁ  ବିଶେଷଭାବେ ଆମ୍ଭ ଡଙ୍ଗରିଆକନ୍ଧ ସମାଜ ତରଫରୁ ଧନ୍ୟବାଦ ଜ୍ଞାପନ କରୁଛୁକି , କାରଣ ଗତ ୨୦୧୭-୧୮ମସିହାରୁ ଆରମ୍ଭ କରାଯାଇଥିବା ଓପିଲିପି କାର୍ଯ୍ୟକ୍ରମ ମାଧ୍ୟମରେ ଆମ୍ଭମାନଙ୍କର ଅଧିକାଂଶ ଗ୍ରାମକୁ ରାସ୍ତା ସଂଯୋଗୀକରଣ , ପାନୀୟ ଜଳର ସୁବିଧା ,ସବୁ ଗ୍ରାମରେ ବହୁମୁଖି ଗୋଷ୍ଠୀ କେନ୍ଦ୍ର , ଧାନଖୋଳା ,ଶିଶୁ ଗୃହ , ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ ତଥା କୃଷି ଉଦ୍ୟାନ ଭିତ୍ତିକ କୃଷି ପାଇଁ ବିଭିନ୍ନ ପ୍ରକାର ଚାରା ଓ ବିହନ ଯୋଗାଣ, ପଶୁ ପାଳନ ଆୟ ଉପାର୍ଜନ ପନ୍ଥା ବ୍ୟକ୍ତିଗତ ସହାୟତା(IGA), ସ୍ୱୟଂ ସହାୟକ ଗୋଷ୍ଠି(SHG )ମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାପାଇଁ ସହାୟତା, ସମସ୍ତଙ୍କୁ ମାଗଣା ଚକ୍ଷୁ ଚିକିତ୍ସା,କରନା ମହାମାରୀ ସମୟରେ ଆର୍ଥିକ ସହାୟତା ,କବଡ଼ାଗନ୍ଦାର ଜି ଆଇ ଟେଗ୍ ଏବଂ ସମସ୍ତଙ୍କୁ ପକ୍କାଘର ପାଇବାରେ ସହଯୋଗ,ପିକ୍ଅପ୍ ଭ୍ୟାନ୍, ଟ୍ରାକ୍ଟର, ଶୀତଳଭଣ୍ଡାର ଆଦି ସହାୟତାପ୍ରଦାନ କରିଛନ୍ତି I ସ୍ଵାଧୀନତାର ଦୀର୍ଘ ୭୦ ବର୍ଷ ମଧ୍ୟରେ  ଯେତିକି ଉନ୍ନତି ହୋଇନଥିଲା ତାହା ଗତ ୭ ବର୍ଷ ମଧ୍ୟ ରେ ବହୁତ ଉନ୍ନତିମୂଳକ କାର୍ଯ୍ୟଆମ୍ଭ ଅଞ୍ଚଳରେ ହୋଇଛି I ସେଥିପାଇଁ ଆମ୍ଭ ଡଙ୍ଗରିଆ କନ୍ଧ ସମାଜ ବହୁତ ଖୁସି ପ୍ରକୋଷ୍ଟ କରୁଛି ଏବଂ ଧନ୍ୟବାଦ ଜ୍ଞାପନ କରୁଅଛୁ ।

ଓପିଲିପି କାର୍ଯ୍ଯକ୍ରମ ମାଧ୍ୟମରେ ଗତ ୭ବର୍ଷ ମଧ୍ୟରେ ଆମ୍ଭେ ମାନେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ସହ ସଶକ୍ତିକରଣ ହୋଇପାରିଛୁ। ବିଶେଷ ଭାବେ ଉକ୍ତ କାର୍ଯ୍ୟକ୍ରମ ପ୍ରତି ଗ୍ରାମର ଗ୍ରାମ୍ୟ ଉନ୍ନୟନ କମିଟି ମାଧ୍ୟମ ରେ ସମ୍ପାଦନା କରାଯାଇଥିବା ଯୋଗୁଁ ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ସମସ୍ତ କାର୍ଯ୍ଯ ରେ ସ୍ବଚ୍ଛତା ଆସିପାରିଛି।କିନ୍ତୁ ଦୁର୍ଭଗ୍ୟବଶତଃ  ଗତ ସେପ୍ଟେମ୍ବର ୨୦୨୪ ରୁ ଓପିଳିପି କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ବନ୍ଦ ହେବା ଦ୍ୱାରା ଆମର ଯେଉଁ ଭଳି ବିକାଶର ଅଗ୍ରଗତି ବଢିଚାଲିଥିଲା ତାହା କମିଯିବାର ସମ୍ଭାବନା ଅଧିକା।

ଏଣୁ ସରକାର ଙ୍କ ନିକଟରେ ଆମ୍ଭେ ଡ଼ଙ୍ଗରିଆ କନ୍ଧ ସମାଜ ତରଫରୁ ବିନମ୍ର ନିବେଦନ କରୁକି ଆମ୍ଭ ମାନଙ୍କର ସାମୂହିକ ବିକାଶ ପାଇଁ ଓପିଲିପି କାର୍ଯ୍ୟକ୍ରମ କୁ ବର୍ଷ ବର୍ଷ ପାଇଁ ପୁନଃ ଚାଲୁ କଲେ ଆମ୍ଭେମାନେ ମଧ୍ୟ ବିକଶିତ ଓଡ଼ିଶାର ଭାଗିଦାରୀ ହୋଇପାରିବୁ ବୋଲି ନିରଞ୍ଜନ ୱାଡ଼କା, ଲହରୀ କୁଣ୍ଡିକା, ଗୋବର୍ଦ୍ଧନ ୱାଡ଼କା ପ୍ରମୁଖ ମତବ୍ୟକ୍ତ କରିଛନ୍ତି।