ବିପର୍ଯ୍ୟସ୍ତ ହୋଇ ପଡିଥିବ ସ୍ବାସ୍ଥ୍ୟ ସେବାରେ ସୁଧାର ପାଇଁ ଚିକିତ୍ସାଳୟ ସମ୍ମୁଖରେ ବିକ୍ଷୋଭ

0

ରାଇରଙ୍ଗପୁର/    ସତ୍ୟାନାରୟଣ ପାଲ: ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଚାରିଗୋଟି ଉପଖଣ୍ଡ ମଧ୍ୟରୁ ଖଣିଜସମ୍ପଦ ଭରା ବାମନଘାଟି ଉପଖଣ୍ଡ ରେ ବସବାସ କରନ୍ତି ସର୍ବାଧିକ ଆଦିବାସୀ, ସର୍ବାଧିକ ରାଜସ୍ବ  ସରକାରଙ୍କୁ  ଏହି ଉପଖଣ୍ଡ ରୁ ହିଁ ଯାଇଥିବା ସତ୍ୱେ ମଧ୍ୟ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ମୌନବ୍ରତ ତଥା ଅପାରଗତା ଯୋଗୁଁ ସ୍ଥାନୀୟ ସାଧାରଣଜନତା ସ୍ୱାସ୍ଥ୍ୟ ଭଳି ଜରୁରୀ ମୌଳିକ ସମସ୍ୟା ପାଇବାରୁ ମଧ୍ୟ ବଞ୍ଚିତ ରହିଆସୁଛନ୍ତି | ତାହାକୁ ହୃଦୟଙ୍ଗମ କରି ମୟୁରଭଞ୍ଜ ଜିଲ୍ଲାର ଏକମାତ୍ର ସଂଗ୍ରାମୀ ଯୁବଛାତ୍ର ସଂଗଠନ ଭଞ୍ଜସେନା, ବାମନଘାଟି ଉପଖଣ୍ଡ ଶାଖା ପକ୍ଷରୁ ଦୀର୍ଘ ବର୍ଷ ଧରି ଦାବୀ ପତ୍ର ପ୍ରଦାନ , ବିକ୍ଷୋଭ , ବନ୍ଦ ପାଳନ ,ସମଗ୍ର ଉପଖଣ୍ଡ ରେ ସାଇକେଲ ରାଲି ସହିତ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ସମ୍ମୁଖରେ ବିକ୍ଷୋଭ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ବହୁ ଉପାୟରେ ଆଜି ପର୍ଯ୍ୟନ୍ତ ମଧ୍ୟ ହକ କୁ ହାସଲ କରିବା ପାଇଁ ଆନ୍ଦୋଳନ ଜାରିରଖିଛୁ |ବର୍ତମାନ ପରିସ୍ଥିତି ରେ ବାମନଘାଟି ଉପଖଣ୍ଡ ସ୍ୱାସ୍ଥ୍ୟ ସମସ୍ୟା ଜଟିଳ ରୁ ଜଟିଳତମ ହେବାର ଦେଖି ଆଜି ପୁନଶ୍ଚ ଭଞ୍ଜସେନା, ବାମନଘାଟି ଉପଖଣ୍ଡ ଶାଖା ପକ୍ଷରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକଙ୍କ ସମ୍ମୁଖରେ ବିକ୍ଷୋଭ କରିଥିଲେ ଏବଂ ଶେଷରେ ଅଧିକ୍ଷକ ଙ୍କ ମାଧ୍ୟମରେ

(1)ବାମନଘାଟି ଉପଖଣ୍ଡରେ ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ୱାସ୍ଥ୍ୟ ସେବାରେ ସଂମ୍ପୂର୍ଣ ସୁଧାର ଆଣିବା ସହିତ ଅଭାବୀ ଡାକ୍ତର କର୍ମଚାରୀ ପଦବୀ ପୂରଣ କରାଯିବା

(2)ବାମନଘାଟି ଉପଖଣ୍ଡ ମୁଖ୍ୟ ରାଇରଙ୍ଗପୁର ହସ୍ପିଟାଲକୁସୁପର ସ୍ପେସିଆଲିଷ୍ଟ ହସ୍ପିଟାଲଭାବେ ପ୍ରସ୍ତୁତ କରାଯିବା

(3)ଉପଖଣ୍ଡ ମୁଖ୍ୟ ରାଇରଙ୍ଗପୁର ହସ୍ପିଟାଲ ରେ ମହିଳା ଶିଶୁ ଚିକିତ୍ସା ଭବନରେ ବନ୍ଦ ଥିବା ମହିଳା ଶୌଚାଳୟକୁ ତୁରନ୍ତ ଖୋଳାଯିବା

(4)ଉପଖଣ୍ଡ ମୁଖ୍ୟ ରାଇରଙ୍ଗପୁର ହସ୍ପିଟାଲ ରେ ଥିବା ରକ୍ତ ଭଣ୍ଡାର କୁ 24ଘଣ୍ଟା ଖୋଲରଖିବା ଏବଂ ଅନ୍ୟାନ୍ୟ ପ୍ରମୁଖ ଦାବୀ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲାବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁ ଙ୍କ ନେତୃତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ଉପାଧ୍ୟକ୍ଷ ମହମ୍ମଦ ଅଲ୍ଲୀ ଖାନ,ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ବାମନଘାଟି ଉପଖଣ୍ଡ ସଂଯୋଜକ ଅଞ୍ଜନ ବରାଳ,ଜିଲ୍ଲା ମହିଳା ସଭାନେତ୍ରୀ କନିକା ବୋଷ, ଜିଲ୍ଲା ସୋସିଆଲ ମେଡ଼ିଆ ସଂଯୋଜକ ସନ୍ତୋଷ ଗିରି,ଜିଲ୍ଲା ଉପସଭାପତି ଇଂ ରମଜାନ ବେଗ,ଜିଲ୍ଲା ଆଦିବାସୀ ଶାଖା କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ହେମ୍ବ୍ରମ,ଜିଲ୍ଲା ମହିଳା ଶାଖା ସମ୍ପାଦିକା ସୁଭଦ୍ରା ହେମ୍ବ୍ରମ, ବାମନଘାଟି ଉପଖଣ୍ଡ ସାଧାରଣ ସମ୍ପାଦକ ବିଘ୍ନେଶ୍ୱର ବାସ୍କେ,ଭାଗବତ ହେମ୍ବ୍ରମଙ୍କ ସହିତ ଉପଖଣ୍ଡ ବହୁ ଯୁବଛାତ୍ର ସଂଗଠକ ମାନେ ଉପସ୍ଥିତ ଥିଲେ ଏବଂ ଯଥାଶୀଘ୍ର ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବବୋଲି ଉପଖଣ୍ଡ ଆଦିବାସୀ ଶାଖା ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |