ସୁବର୍ଣ୍ଣପୁର (ଓମ୍ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁରରେ ନୂତନ ଏସପି ଶ୍ରୀ ନାରାୟଣ ନାୟକ ଯୋଗ ଦେଲା ପରେ ସୁବର୍ଣ୍ଣପୁର ଜିଲ୍ଲାର ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଜିଲ୍ଲା ପୋଲିସ ଅଫିସ ସଭା ଗୃହ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସପି ଶ୍ରୀ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଏସପି, ଡି ଏସ ପି, ସୋନପୁର, ବୀରମହାରାଜ ପୁର ଏସ ଡି ପି ଓ ଙ୍କ ସମେତ ଜିଲ୍ଲାର ସମସ୍ତ ଥାନା ଏବଂ ଫାଣ୍ଡି ଅଧୂକାରୀ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଆମ ପୋଲିସ ବ୍ୟବସ୍ଥାକୁ ଠିକ୍ ଭାବରେ ପରିଚାଳନା କରି ସଧାରଣ ଲୋକଙ୍କୁ ସଠିକ ନ୍ୟାୟ, ଉତ୍ତମ ପୋଲିସ ସେବା ଓ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ଏବଂ କ୍ରାଇମ୍ ରୋକିବାକୁ ଶ୍ରୀ ନାୟକ ପରାମର୍ଶ କରିଥିଲେ। ଏବଂ ନିଜ ନିଜ ଅଞ୍ଚଳରେ ଟ୍ରାଫିକ ସମସ୍ୟାର ସମାଧାନ, ଛିନତାଇ, ଚୋରୀ ଡକାୟତି, ନିଶା କାରବାର, ଦୁର୍ଘଟଣା ରୋକିବାକୁ ଓ ଅସାମାଜିକ କାର୍ଯ୍ୟ କଳାପକୁ ରୋକିବାକୁ ସଂକଳ୍ପ ନେଇଥିଲେ।