ଭୁବନେଶ୍ୱର: ପୁଣି ରାଜଧାନୀରେ ସିରିଜ ଦୁର୍ଘଟଣା । ପଳାଶୁଣିରେ ପଛ କୁ ପଛ ଗାଡି ଧକ୍କା ହୋଇଛି ଏକାଧିକ ଗାଡି । ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ ଅଟୋ, ପିକପ ଭ୍ୟାନ, ବସ ଓ ଟ୍ରକ ମଧ୍ୟରେ ହୋଇଛି । ଅଟୋ ଆଗରେ ଥିବା ଏକ କାରକୁ ଧକ୍କା ଦେବାରୁ ଅଟୋରେ ଥିବା ୩ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଜଣେ ବୃଦ୍ଧ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଟ୍ରକକୁ ପୁଣି ପଛରୁ ଏକ ପିକଅପ ଧକ୍କା ଦେଇଛି। ଟ୍ରକର ଆଗପଟ ଭାଙ୍ଗିଯାଇଥିବା ବେଳେ ବସର ପଛପଟ ଭାଙ୍ଗିଯାଇଛି। ଅଟୋଟି ସଂପୂର୍ଣ୍ଣ ଭାଙ୍ଗରୁଜି ଯାଇଥିବା ବେଳେ କାରର ସାମାନ୍ୟ କ୍ଷତି ହୋଇଛି। ଘଟଣାସ୍ଥଳରେ ମଞ୍ଚେଶ୍ଵର ଥାନା ପୋଲିସ ପହଞ୍ଚି ଗାଡିଗୁଡିକ ଜବତ କରିଛି। ସେପଟେ ଦୁର୍ଘଟଣା ପାଇଁ ପଳାସୁଣୀ ଛକରେ ଟ୍ରାଫିକ୍ ଜାମ୍ ହୋଇଛି ।