ଭଡା ଘରେ ଚାଲୁଥିଲା ସେକ୍ସ ରାକେଟ, ଧରିଲା ପୋଲିସ

0

ଅନୁଗୋଳ/ ସୁଧାକର ସାହୁ: ଭଡା ଘରେ ଚାଲୁଥିଲା ସେକ୍ସରାକେଟ, ଧରିଲା ପୋଲିସ । ଅନୁଗୋଳ ସହର ଉପକଣ୍ଠ ଦୁର୍ଗାବିହାର ଅଞ୍ଚଳରୁ ସେକ୍ସ ରାକେଟକୁ ଠାବ କରିଛି ଅନୁଗୋଳ ପୋଲିସ । ଏହି ଅଞ୍ଚଳରେ ଅନେକ ଦିନରୁ ଏକ ଭଡା ଘରେ ଚାଲୁଥିଲା ସେକ୍ସ କାରବାର । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମ୍ପୃକ୍ତ ଘର ଉପରେ ନଜର ରଖିଥିଲା । ହେଲେ ଗତକାଲସି ବିଳମ୍ବିତ ରାତିରେ ଗରାଖ ଥିବା ସମୟରେ ପୋଲିସ ଚଢାଉ କରିଥିଲା । ଏହି ସେକ୍ସ ରାକେଟକୁ ଦେବଗଡ ଅଞ୍ଚଳର ଜଣେ ମହିଳା ଚଳାଉଥିବା କୁହାଯାଉଥିବା ବେଳେ ଘରଭିତରୁ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଚଢାଉ ସମୟରେ ଘର ଭିତରୁ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିବା ସହିତ ୨ଜଣ ଯୁବତିଙ୍କୁ ମଧ୍ୟ ଉଦ୍ଧାର କରିଛି ପୋଲିସ ।