କରଞ୍ଜିଆ/ ବସନ୍ତ କୁମାର ସୋରେନ: ପୁଣି ଅସୁସ୍ଥ ହାତୀଛୁଆକୁ ଛାଡି ପଳେଇଲା ମା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କରଞ୍ଜିଆ ବନଖଣ୍ଡର ଭଅଁରା ହୁଡିସାହି ନିକଟରେ । ହାତୀଛୁଆଟି ଅସୁସ୍ଥ ହେବା କାରଣରୁ ମା ହାତୀ ଛାଡି ପଳେଇଥିବାବେଳେ ଜୀବନ ମରଣ ସହିତ ସଂଘର୍ଷ କରୁଛି ୧୫ରୁ ୨୦ ଦିନର ଛୋଟ ଛୁଆହାତୀ ।
ଗତକାଲି ୨୩ ଟିକିଆ ହାତୀପୋଲ କେନ୍ଦୁଝର ବନଖଣ୍ଡରୁ କରଞ୍ଜିଆ ବନଖଣ୍ଡ ର ବଡ଼ଦେଉଳି ଗ୍ରାମ ଜଙ୍ଗଲରେ ପ୍ରଵେଶ କରିଥିବାବେଳେ ଆଜି ହାତୀଛୁଆଟି ଅସୁସ୍ଥ ହେବା କାରଣରୁ ମା ହାତୀ ଛାଡି ପଳେଇଛି । ତେବେ ଘଟଣା ସ୍ଥଳରେ ବନ କର୍ମଚାରୀ ମାନେ ପହଞ୍ଚି ହାତୀ ଛୁଆଟିକୁ ଉଦ୍ଧାର କରିବା ସହିତ ତାର ଚିକିତ୍ସା ଆରମ୍ଭ କରିଛନ୍ତି ।